ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

0 2

କିଛିଦିନ ପର୍ବରୁ ପେରୋଲରେ ଜେଲରୁ ଆସିଥିଲେ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଛେଲିଆମାଲ ଗ୍ରାମର ତ୍ରିଲୋଚନ ଗିଧିଲି (୩୦)ନାମକ ଜଣେ ଯୁବକ ଆଜି ସକାଳୁ ଗ୍ରାମ ନିକଟରେ ଥିବା ଛେଳିଆ ଡୁଙ୍ଗୁରିର ଏକ ଗଛରେ ବେକରେ ଗାମୁଛା ଲଗେଇ ଝୁଲୁଥିବା ଅବସ୍ଥାରେ ଦେଖିବା ପରେ ଗ୍ରାମବାସୀ ମାନେ ପାଇକମାଲ ଥାନାକୁ ଖବର ଦେଇଥିଲେ । ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମାନବୋଧ ଘଟଣା ସ୍ଥଳକୁ ପହଂଛି ତଦନ୍ତ ଆରମ୍ଭ କରିଥିଲେ । ପ୍ରାପ୍ତ ସୂଚନା ଅନୁସାରେ ଜଣାପଡିଛି ଯେ ତ୍ରିଲୋଚନ ଗତ ୨୦୧୪ ମସିହାରୁ ନିଜର ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜେଲରେ ଥିଲେ । କିଛିଦିନ ପୂର୍ବରୁ ସେ ପେରୋଲରେ ଗାଁକୁ ଆସିଥିଲେ । ପାଇକମାଲ ଥାନାର ସବିନ୍ସପେକ୍ଟର ଚୁମକୀ ପ୍ରଭା ନାଥ ପାଇକମାଲ ଥାନାରେ ଅପମୃତ୍ୟୁ ମାମଲା ନମ୍ବର 15/21 ରୁଜୁ କରି ମାମଲାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ମନବୋଧ ଜଣାଇଛନ୍ତି ।

Leave A Reply

Your email address will not be published.