ବିଜୁ ମହିଳା ଜନତା ଦଳ ରାଜ୍ୟ ସାଙ୍ଗଠନିକ ନିଯୁକ୍ତିରେ କୁଚିଣ୍ଡା, ରେଙ୍ଗାଲି ଓ଼ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ ଶୂନ୍..!!

0 1

ସମ୍ବଲପୁର/ରମାକାନ୍ତ ବିଶ୍ବାଳ: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ (ବିଜେଡି)  ସଂଗଠନ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଛି । ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ପରେ ଆଜି ବିଜୁ ମହିଳା ଜନତା ଦଳର ପଦାଧିକାରୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ I ରାଜ୍ୟ ସ୍ତରୀୟ ପରାମର୍ଶଦାତା ଭାବେ ୫ ଜଣ,  କାର୍ଯ୍ୟକାରୀ ସଭାପତି ୩ ଜଣ,  ଜଣେ ମହାସଚିବ, ଜଣେ କୋଷାଧକ୍ଷ, ସାମାଜିକ ଗଣମାଧ୍ୟମ ପାଇଁ ଜଣଙ୍କୁ ଦାୟିତ୍ବ ଦିଆଯାଇଛି । ୭ ଜଣ ଜୋନ୍ ସଭାପତି, ୯ ଜଣ ବରିଷ୍ଠ ଉପସଭାପତି, ୨୭ ଜଣ ଉପସଭାତି, ୩୫ଜଣ ସାଧାରଣ ସମ୍ପାଦକ, ୩୬ ଜଣ ସମ୍ପାଦକ, ୨୮ ଜଣ ଯୁଗ୍ମ ସମ୍ପାଦକଙ୍କୁ ନିଯୁକ୍ତ କରାଯାଇଛି । ୩୩ ଟି ସାଙ୍ଗଠନିକ  ଜିଲ୍ଲା ପାଇଁ ଜିଲ୍ଲା ସଭାପତି ମଧ୍ୟ ନିଯୁକ୍ତ ହୋଇଛନ୍ତି ।

 

     ଏହି କ୍ରମରେ ବିଜୁ ମହିଳା ଜନତା ଦଳର ସମ୍ବଲପୁର ଜ଼ିଲ୍ଲା ସଭାପତି ଭାବେ ବିଜେଡି ନେତ୍ରୀ ବନ୍ଦିତା ରାଣୀ ମିଶ୍ରଙ୍କୁ ନିଯୁକ୍ତି ମିଳିଛି I ଠିକ୍ ସେହିପରି ବରିଷ୍ଠ ବିଜେଡି ନେତ୍ରୀ କବିତା ପୁରୋହିତ,  ସିପ୍ରା ମହାନ୍ତି ଏବଂ ଉଷା ପ୍ରଧାନ ଙ୍କୁ ରାଜ୍ୟ ଉପସଭାପତି ଭାବେ ନିଯୁକ୍ତି ମିଳିଥିବା ବେଳେ ରାଜଲଷ୍ମୀ ପ୍ରଧାନ ଏବଂ କଳ୍ପନା ମିଶ୍ର ଙ୍କୁ ରାଜ୍ୟ ସମ୍ପାଦକ ପଦବୀ ରେ ନିଯୁକ୍ତି ମିଳିଛି I ସବିତା ଆଚାର୍ଯ୍ୟଙ୍କୁ ଜୋନ ସଭାପତି ନିଯୁକ୍ତି ମିଳିଛି I ତେବେ ଘୋଷଣା କରାଯାଇଥିବା  ବିଜୁ ମହିଳା ଜନତା ଦଳ ରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଏହି ୭ ଜଣଙ୍କ ନାମକୁ ବାଦ ଦେଲେ ଜ଼ିଲ୍ଲା ର କୁଚିଣ୍ଡା, ରେଙ୍ଗାଲି ଏବଂ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କାହାରି ଜଣଙ୍କ ମଧ୍ୟ ନାମ ରହି  ନ ଥିବା ଦେଖାଯାଇଛି I ଜ଼ିଲ୍ଲାର ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଏତେ ଜଣଙ୍କ ନାମ ଘୋଷଣା କରିବା ଏବଂ ଅନ୍ୟ ନିର୍ବାଚନ ମଣ୍ଡଳୀ ର ପ୍ରତିନିଧିତ୍ୱ କୁ ଶୂନ କରିଦେବାକୁ ନେଇ କର୍ମୀଙ୍କ ମହଲରେ ସାମାନ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି I

Leave A Reply

Your email address will not be published.