ଆନ୍ତର୍ଜାତୀୟ ବେଆଇନ ଚାଲାଣ ଦିବସ ଭର୍ଚୁଆଲ୍ ମାଧ୍ୟମରେ ପାଳିତ

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିଶୁ ସୁରକ୍ଷା ସମିତିର ପୂର୍ବତନ ସଦସ୍ୟ ତଥା ସମାଜସେବୀ ଭଗବତ ପାଢୀଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ବେଆଇନ  ଚାଲାଣ ଦିବସ ଭରଚୁଆଲରେ ପାଳିତ ହୋଇଯାଇଛି। 

ଏହି ଭର୍ଚୁଆଲ୍ରେ ହୋଇଥିବା କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଶାନ୍ତି ଦେବୀ , ରାଜେଶ୍ୱରୀ ଦଳାଇ , ବିନୋଦ ଚନ୍ଦ୍ର ଜେନା , ଶିଶୁ ସୁରକ୍ଷା ସମିତିର ସଦସ୍ୟା ଶ୍ରୀମତି ଅଳକା ସାହୁ , ସମାଜସେବୀ ଏ.ଆପାରାଓ ଯୋଗଦାନ କରିଥିଲେ। 

ଗରିବ ନିଷ୍ପେସିତ ତଥା ସମାଜିକ ସ୍ତରରେ ସ୍ୱୀକୃତି ପାଇ ପାରୁନଥିବା ପରିବାର ବର୍ଗ ବାହାର ରାଜ୍ୟରେ ଦଲାଲଙ୍କ ଦ୍ବାରା ଶୋଷିତ ହୋଇ ଦାଦନ ଖଟିବାକୁ ବାଧ୍ଯ ହେଉଛନ୍ତି। 

ସେମାନଙ୍କର ଭିଟାମାଟି ମଧ୍ୟ ହରାଇବାକୁ ପଡୁଛି , ଭୂ ସଂସ୍କାର ଆଇନର ସ୍ୱଚ୍ଛତା ଅଭାବରୁ ଜମିହୀନି ବର୍ଗ ମଧ୍ୟ ଆର୍ଥିକ ଅନାଟନ ମଧ୍ୟରେ ବାହାର ରାଜ୍ୟକୁ ଯାଇ ଶୋଷଣର ଶିକାର ହେଉଛନ୍ତି। ଏହା ଛଡା ମହିଳା ବର୍ଗ ମଧ୍ୟ ଶୋଷଣର ଶିକାର ହେଉଛନ୍ତି। 

ସରକାରଙ୍କ ଯୋଜନା ତୃଣମୂଳ ସ୍ତରରେ ଠିକ୍ ଭାବେ ରୂପାୟନ ହୋଇପାରୁନାହିଁ। ପ୍ରତ୍ୟେକ ଯୋଜନାର ତର୍ଜମାର  ଆବଶ୍ୟକତା ରହିଛି। ଜୀବନ ଓ ଜୀବିକାରେ ସ୍ୱାଧୀନ ମତବ୍ୟକ୍ତ ଅଧିକାର ନ ପାଇଲେ ଦାରିଦ୍ରତା ତଥାପି ବନ୍ଦ ହେବନାହିଁ । ଶେଷରେ ବିନୋଦ ଚନ୍ଦ୍ର ଜେନା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.