ଗ୍ରୁପ ଋଣ ପରିଶୋଧ ନାମରେ କୋଟିଏରୁ ଅଧିକ ଟଙ୍କା ଠକି ପରିବାର ସହିତ ଚମ୍ପଟ ମାରିଲେ ମହିଳା

0 2

 ବାରିପଦା / ଦିଲ୍ଲୀପ ମହାନ୍ତି  :  ଗ୍ରୁପ ଋଣ ପରିରିଶୋଧ ନାମରେ ଅଭିନବ ଉପାୟରେ ଏକ କୋଟିରୁ ଅଧିକ ଟଙ୍କା ଠକି ପରିବାର ସହ ଫେରାର ହୋଇଯାଇଛନ୍ତି ମହିଳା । ଏହି ଠକେଇକୁ ନେଇ ଆଜି ବାରିପଦା ଟାଉନ ଥାନାରେ ଅଭିଯୋଗ ହେବା ପରେ ବାରିପଦା ଟାଉନ ଥାନାରେ କେଶ ନମ୍ବର ୫୯୨/୨୭.୦୬.୨୦୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ବାରିପଦା ଟାଉନ ଥାନା ଅଧିନ ତଥା ବାରିପଦା ସହରର ୱାର୍ଡ ନମ୍ବର ୧୫ ଏବଂ ୧୯ରେ  ୭ ଟି ସ୍ବୟଂ ସହାୟିକ ଗୋଷ୍ଠୀର ୯୦ ଜଣ ମହିଳାଙ୍କୁ ପ୍ରଥମେ ବିଭିନ୍ନ ପ୍ରଲୋଭନ ଦେଖାଇ ଗ୍ରୁପ ଋଣ କରାଇ ଦେବା ଏବଂ ପରବର୍ତ୍ତି ସମୟରେ ବର୍ଷ ବର୍ଷ ଧରି ଋଣ ଟଙ୍କା ଆଦାୟ କରି ଉକ୍ତ ଟଙ୍କାକୁ ବ୍ୟାଙ୍କରେ ଜମା ନ କରି ସମସ୍ତଙ୍କୁ ଚୂନ ଲଗାଇ ଟଙ୍କା ଧରି ସପରିବାର ସହର ଛାଡି ଫେରାର ହୋଇଗଲେ । ଘଟଣା ପ୍ରଘଟ ହେବା ବେଳକୁ ପ୍ରାୟ ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ପରିବାର ସହ ଆସବାପତ୍ର ଧରି ଫେରାର ହୋଇଯାଇଥିବା ଜଣାପଡିଛି । ଉକ୍ତ ମହିଳା ଜଣଙ୍କ ହେଉଛନ୍ତି ବାରିପଦା ସହରର ୧୫ ନମ୍ବର ୱାର୍ଡରେ ବସବାସ କରୁଥିବା ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଛେଳିଆ ଗ୍ରାମର ନବକିଶୋର ବେହେରାଙ୍କ ସ୍ତ୍ରୀ ଅଷ୍ଟମୀ ବେହେରା   ଭାବେ ପରିବାର ସହ ରହିଥିବା ନବକିଶୋର ବେହେରାଙ୍କ ପତ୍ନୀ ଅଷ୍ଟମୀ ବେହେରା । ନବକିଶୋର ଓ ଅଷ୍ଟମୀ ବିଜୟ ପୂର୍ଣ୍ଣଚନ୍ଦ୍ରପୁର ଅଂଚଳରେ ତାଙ୍କ ଭିଣୋଇ ଭବାନନ୍ଦ ମଙ୍ଗରାଜଙ୍କ ଘରେ ରହି ଏହି କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଏହି କାର୍ଯ୍ୟରେ ଭିଣୋଇ ଭବାନନ୍ଦ, ଭଉଣୀ ରିତୁ ଓ ମାଆ ଭୁଟି ବେହେରା ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଥିଲେ ବୋଲି ପଙ୍କଜିନି ମହାରଣା, ବନ୍ଦନା ମଙ୍ଗରାଜ ପ୍ରମୁଖ ମହିଳାମାନେ ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ଗ୍ରୁପ ଋଣ ଆଦାୟ ଟଙ୍କାରେ ଅଷ୍ଟମୀ ବେହେରା ବିଳାଶପୂର୍ଣ୍ଣ ଜୀବନ କଟାଇବା ସହ ଏକ ଦାମୀ କାର, ବୁଲେଟ ବାଇକ, ଅଟୋ, ଟାଟା ମ୍ୟାଜିକ ଗାଡି କିଣି ଥିବାର ଜଣାଡିଛି   । ଥାନାରେ ଏହି ଅଭିଯୋଗ ଉପରେ ତଦନ୍ତ ଜାରି ରହିଛି ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।

    

Leave A Reply

Your email address will not be published.