ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ଥାନା ଅନ୍ତର୍ଗତ ଶଙ୍କରୁ ଗ୍ରାମର ଜଣେ ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ ଶଙ୍କରୁ ଗ୍ରାମର ଜଣେ ନାବାଳିକା ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ବିଦ୍ୟାଳୟ ବନ୍ଦ ଯୋଗୁଁ ଘରେ ରହି ପାଠ ପଢୁଥିଲେ। ନାବାଳିକାଙ୍କ ଘରେ ପରିବାରର କେହି ନଥିବାର ସୁଯୋଗ ନେଇ ସେହି ଗ୍ରାମର ଡାକ ଜେନାଙ୍କ ପୁଅ ପ୍ରଫୁଲ ଜେନା (୨୨) ନାବାଳିକାଙ୍କ ଘରକୁ ଯାଇ ଦୁଷ୍କର୍ମ କରିଥିବା ନେଇ ନାବାଳିକାଙ୍କ ପରିବାର ବୁଗୁଡା ଥାନାରେ ଅଭିଯୋଗ କରିଥିଲେ। ଏନେଇ ବୁଗୁଡା ଥାନା କେଶ ନଂ ୩୧୨/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତ ପ୍ରଫୁଲକୁ ଷୋହଳ ମଇଲ ଠାରୁ ଧରି ଡାକ୍ତରୀ ମାଇନ ପାଇଁ ପଠାଇଥିଲେ। ଆଜି ଅଭୁଯୁକ୍ତ ପ୍ରଫୁଲ ଜେନାକୁ ପୋଲିସ ଗିରଫ କରିବା ସହ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ନିରୀକ୍ଷକ ଶର୍ମିଷ୍ଠା ପ୍ରଧାନ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post