ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଦିନକୁ ଦିନ କରୋନା ନିଜର କାୟା ବିସ୍ତାର କରି ଚାଲିଛି I କରୋନାର କରାଳ ରୂପରେ ସମଗ୍ର ପୃଥିବୀ ଆଜି ଅସ୍ତବ୍ୟସ୍ତ I ଏହି ମହାମାରିକୁ ପରାସ୍ତ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି I କରୋନା ମହାମାରୀ ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ଦ୍ୱାରା ଗାଁ ଠୁ ସହର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସଚେତନ ମୁଳକ କାର୍ଯ୍ୟକ୍ରମ କରାଯାଉଛି I କରୋନା ପରାସ୍ତ କରିବା ପାଇଁ ଆମ ଦେଶର ପ୍ରତ୍ୟେକ ନାଗରିକ ଉଦ୍ୟମ ଜାରୀ ରଖିଛି I ଏହି ଲଢେ଼ଇର ଅଂଶ ଵିଶେଷ ସାଜିଛନ୍ତି ସ୍ବେଚ୍ଛାସେବୀ ଅନୁଷ୍ଠାନ “ସୃଜନ” ଏବଂ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରିରେ କାର୍ଯ୍ୟ କରୁଥିବା କାର୍ଯ୍ୟରତ ସାମ୍ବାଦିକ I ଆଜି ଘୁ.ଉଦୟଗିରି କାର୍ଯ୍ୟରତ ସାମ୍ବାଦିକ ଏବଂ “ସୃଜନ” ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ଘୁ.ଉଦୟଗିରି ବ୍ଲକ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ରଟିଙ୍ଗିଆ, ଆର .ପଡ଼ିକିଆ, ତୁମୁସିନିଙ୍ଗିଅ, ସରିସିନିଙ୍ଗିଆ ଇତ୍ୟାଦି ଅଞ୍ଚଳରେ ୩୦୦ଟି ଏନ୯୫ ମାସ୍କ ପ୍ରଦାନ କରାଯିବା ସହ କରୋନା ସଚେତନ ମୁଳକ ବାର୍ତ୍ତା ପ୍ରଦାନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ସଂସ୍ଥାର ନିର୍ଦ୍ଧେଶକ ବିଶୋପ ଡକ୍ଟର ଦିଲୀପ କୁମାର ବଳ, ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ବରିଷ୍ଠ ସାମ୍ବାଦିକ ଦେଵନାଥ ଦଳବେହେରା, ସାମ୍ବାଦିକ ପ୍ରଶନ କୁମାର ମିଶ୍ର, ସାମ୍ବାଦିକ ଅନୀଲ କୁମାର ଦଳବେହେରା, ସାମ୍ବାଦିକ ଗଗନ କୁମାର ପ୍ରଧାନ ଏବଂ ସାମ୍ବାଦିକ ଚନ୍ଦ୍ରଶେଖର ପାଢ଼ୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ I ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମାସ୍କ ବ୍ୟବହାର, ସାନି ଟାଇଜର ବ୍ୟବହାର, ଟୀକାକରଣ ପାଇଁ ଜନାସାଧରଣଙ୍କୁ ସଂସ୍ଥାର ନିର୍ଦ୍ଧେଶକ ଏବଂ କାର୍ଯ୍ୟରତ ସାମ୍ବାଦିକ ସଚେତନତା କରି ଥିଲେ I ଆଗାମୀ ଦିନରେ ମଧ୍ୟ ଏହି ପରି ଭାବରେ କରୋନ ସଚେତନ କାର୍ଯ୍ୟକ୍ରମ ଜାରି ରହିବ ବୋଲି “ସୃଜନ” ସ୍ବେଚ୍ଛାସେବୀ ସଂସ୍ଥା ଏବଂ ଘୁ.ଉଦୟଗିରି କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ସୂଚନା ଦିଆଯାଇଛି I
Sign in
Sign in
Recover your password.
A password will be e-mailed to you.
Prev Post