ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୩ ଗିରଫ।

0 2

ସମ୍ବଲପୁର/ ରମାକାନ୍ତ ବିଶ୍ବାଳ :  ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ 3 ଜଣ ଙ୍କୁ ଧରିଲା ସମ୍ବଲପୁର ଜିଲ୍ଲା ର ନାକଟିଦେଉଳ ପୋଲିସ। ଗିରଫ ଅଭିଯୁକ୍ତ ଙ୍କ ଠାରୁ ପୋଲିସ ଏକ କ୍ୱିଣ୍ଟାଲ ଗଞ୍ଜେଇ ସହ ଏକ ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଦେବଗଡ଼ ଜିଲ୍ଲାର ଦୁଃଶାସନ ସାହୁ,ଅନୁଗୁଳ ର ସୁମନ ସାହୁ ଓ ତ୍ରିଲୋଚନ ସାହୁ। ଆଜି ସକାଳ ପ୍ରାୟ 9 ଟା ସମୟ ରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏହି 3 ଅଭିଯୁକ୍ତ ସନ୍ଦେହଜନକ ଅବସ୍ଥାରେ ଚରଦାପୋସି ଗାଁ ର ଦହିବାବା ମଠ ନିକଟରେ ଛିଡା ହୋଇଥିବା ବେଳେ ପୋଲିସ ଧରିଛି ବୋଲି ସମ୍ବଲପୁର ଏସ ପି ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ଏହି ଗଞ୍ଜେଇ ସବୁ ଫୁଲବାଣୀ ରୁ କିଣା ଯାଇଥିବା ପୋଲିସ ସୂଚନା ଦେଇଛି।ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.