ବୁଗୁଡା : (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) କେଉଁ ପୁରାତନ କାଳରୁ ଯୋଗ ଶିକ୍ଷା ହୋଇ ଆସୁଅଛି। ଭାରତୀୟ ମୁନି ଋଷି ମାନେ ଯୋଗ ଦ୍ୱାରା ବହୁ ରୋଗ ବ୍ୟାଧି ଓ ବହୁ ଜଟିଳ ସମସ୍ୟା ଦୂର ହୋଇପାରିବ ବୋଲି ଉଲ୍ଲେଖ କରିଛନ୍ତି। ଖୁସିର ବିଷୟ ଆମର ବୈଦିକ ଯୁଗର ଯୋଗକୁ ବିଶ୍ୱ ସଂଗଠନ ଜୁନ ୨୧ ତାରିଖକୁ ଯୋଗ ଦିବସ ଭାବେ ମାନ୍ୟତା ଦେଇଛନ୍ତି। ବିଶ୍ୱ ଯୋଗ ଦିବସକୁ ତାଳସାକର ହାଇ ସ୍କୁଲ କ୍ରୀଡା ଶିକ୍ଷକ ବି.ଗୋପାଳ ଚନ୍ଦ୍ର ପାତ୍ର ଓ ବୁଗୁଡା ପିପୁଲସ ହାଇ ସ୍କୁଲ ଏନସିସି ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ଼ କରୋନା କଟକଣା ସ୍ଵତ୍ତ୍ୱେ କୋଭିଡ ଆଇନକୁ ଦୃଷ୍ଟିରେ ରଖି ବିଭିନ୍ନ ଉପାୟରେ ପାଳନ କରିଛନ୍ତି। କ୍ରୀଡା ଶିକ୍ଷକ ଶ୍ରୀ ପାତ୍ର ତାଳସାକର ଓ ବେଲପୁର ଗ୍ରାମାକୁ ଯାଇ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନକୁ କୋଭିଡ ନିୟମ ପାଳନ କରି ଯୋଗ ଶିକ୍ଷା ଦେବା ସହ ଯୋଗର ଉପକାର ବିଷୟରେ ବୁଝାଇ ଥିଲେ। ଏଥିରେ ଶିକ୍ଷକ ଗୌରୀ ଶଙ୍କର ନାୟକ ସହଯୋଗ କରିଥିଲେ। ସେହିପରି ବୁଗୁଡା ପିପୁଲସ ହାଇ ସ୍କୁଲ ଏନସିସି ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ଼ ବୁଗୁଡା ସହରରେ ଥିବା ଏନସିସି ଛାତ୍ରମାନଙ୍କ ଘରକୁ ଯାଇ ଯୋଗ ଶିକ୍ଷା ଦେବା ସହ ଯୋଗ ଦ୍ୱାରା ବିଭିନ୍ନ ସମସ୍ୟା ଦୂର ହେବ ନେଇ ବୁଝାଇ ଥିଲେ।
Sign in
Sign in
Recover your password.
A password will be e-mailed to you.