ସ୍ବର୍ଗତ ରାଜେନ୍ଦ୍ର ପାଢ଼ୀଙ୍କ ଦ୍ୱାଦଶଃ ଉପଲକ୍ଷେ ରକ୍ତଦାନ:ଶିବିର, ୨୮୭ ୟୁନିଟ ରକ୍ତ ସଂଗ୍ରହ।

0 2

ବୁଗୁଡା  :  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା)  ପୂର୍ବତନ ବୁଗୁଡା ନଗର ବିଜେଡି ସଭାପତି ସ୍ବର୍ଗତ ରାଜେନ୍ଦ୍ର କୁମାର ପାଢ଼ୀଙ୍କ ଦ୍ବାଦଶଃ ଉପଲକ୍ଷେ ଜୁନ ୨୧ ତାରିଖ ଦିନ ବୁଗୁଡ଼ା ଏନଏସିର ଶ୍ରୀ ବିରଞ୍ଚିନାରାୟଣ କଲ୍ୟାଣୀ ମଣ୍ଡପରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ତଥା ବିଜେଡି ରାଜ୍ୟ ସମ୍ପାଦକ ସୁବାସ ମହାରଣା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ରାଜେନ୍ଦ୍ର କୁମାର ପାଢ଼ୀଙ୍କ ତୈଳଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଆତ୍ମାର ସଦଗତି କାମନା ସହ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ବିଧାୟକ ପ୍ରତିନିଧି ଯୁବ ବିଜେଡି ନେତା  କେ.ତ୍ରିଲୋଚନ ଦୋରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରରେ ବ୍ରହ୍ମପୁର ରକ୍ତ ଭଣ୍ଡାର କର୍ମଚାରୀ ବୃନ୍ଦ ୧୩୪ ୟୁନିଟ ଓ ଭଞ୍ଜନଗର ରକ୍ତ ଭଣ୍ଡାର କର୍ମଚାରୀ ବୃନ୍ଦ ୧୫୩ ୟୁନିଟ ସଂଗ୍ରହ କରିଥିବା ବେଳେ ମୋଟରେ ୨୮୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ଓ ବୁଗୁଡା  ବ୍ଳକର ସରପଞ୍ଚ ,ସମିତିସଭ୍ଯ ଓ ବିଜେଡି କର୍ମୀ  ମାନେ ରକ୍ତଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ  ଉଭୟ ବ୍ଳକ ବିଜେଡି ସଭାପତି ମଦନଗୋପାଳ ଦୋର ଓ ସୁରେନ୍ଦ୍ରନାଥ ପ୍ରଧାନ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ ଓ ଅଧ୍ୟକ୍ଷ ପ୍ରତିନିଧି ବରୁଣ ସେନାପତି, ପୋଲସରା ବ୍ଲକ ବିଜେଡି ସମ୍ପାଦକ ଅଶୋକ ବିଷୋୟୀ, ସାଂସଦ ପ୍ରତିନିଧି ଚିତ୍ରସେନ ପ୍ରଧାନ ଓ ମୋଚିରାମ ସାହୁ , ସୁଧାଂଶୁ ଶେଖର ପାଢ଼ୀ, ଡିଲେଶ୍ବର ପାତ୍ର, ସୁନୀଲ ପାଢ଼ୀ, ବିଜେଡି ସକ୍ରିୟ କର୍ମୀ ଏବଂ ପଞ୍ଚାୟତ ଲୋକ ପ୍ରତିନିଧି ଓ ଏନଏସିର ପୂର୍ବତନ ଲୋକପ୍ରତିନିଧି ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ଥିଲେ।

Leave A Reply

Your email address will not be published.