ପାଞ୍ଚଟି ଟିକାଦାନ କେନ୍ଦ୍ରରେ ୧୨୨୭ ଜଣଙ୍କ ଟିକା ଗ୍ରହଣ

0 3

  ବୁଗୁଡା : (ଡ଼ଃ.କୁମୁଦ ଚନ୍ଦ୍ର ବେହେରା)  ବୁଗୁଡା ଅଞ୍ଚଳରେ କିପରି ଅଧିକ ବ୍ୟକ୍ତି ଟୀକା ଗ୍ରହଣ କରିପାରିବେ ସେଥିପାଇଁ ନୋଡାଲ ଅଫିସର ତଥା ବିଡ଼ିଓ ତନ୍ମୟ ପାତ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ଓ ବିପିଏମ ବିଶ୍ଵଜିତ ପ୍ରଧାନ ଙ୍କ ଯୋଜନା ମୁତାବକ ବିଭିନ୍ନ ଗ୍ରାମ ଓ ଏନ.ଏ.ସି.କୁ ମିଶାଇ ୫ ଟି ଟିକାଦାନ କେନ୍ଦ୍ର ଗଠନ କରିବା ଦ୍ୱାରା ଜୁନ ୨୧ ତାରିଖ ଦିନ ୧୮ ବର୍ଷରୁ ଉର୍ଦ୍ଧ ୧୨୨୭ ଜଣ ବ୍ୟକ୍ତି ଟୀକା ଗ୍ରହଣ କରିଛନ୍ତି। ୫ ଟି ଟିକାଦାନ କେନ୍ଦ୍ର ମଧ୍ୟରୁ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ରାଜୀବ ଗାନ୍ଧୀ ସେବା କେନ୍ଦ୍ରର ଟିକାଦାନ କେନ୍ଦ୍ରରେ ୧୭୭ ଜଣ ଓ ପୁରୁଣା ସିଡିପିଓ ଅଫିସରେ ୨୯୦ ଜଣ, ଏହିପରି ୪୬୭ ଜଣ ବ୍ୟକ୍ତି ଟୀକା ଗ୍ରହଣ କରିଛନ୍ତି। ସେହିପରି ମାଣିତରା ପଞ୍ଚାୟତର ମାଣିତରା ସ୍କୁଲରେ ୨୦୪ ଜଣ ଓ ନଗୁଡୁ ସ୍କୁଲରେ ୨୦୦ ଜଣ ଏହିପରି ୪୦୪ ଜଣ ବ୍ୟକ୍ତି ଟୀକା ଗ୍ରହଣ କରିଛନ୍ତି। ଭାମଶ୍ୟାଳି ପଞ୍ଚାୟତର ଭାମଶ୍ୟାଳି ସ୍କୁଲରେ ୩୫୬ ଜଣ ବ୍ୟକ୍ତି ଟୀକା ଗ୍ରହଣ କରିଛନ୍ତି। ଏହି ପ୍ରକାର ଆଗକୁ ମଧ୍ୟ ଟିକାଦାନ ପ୍ରକ୍ରିୟା ଚାଲୁ ରଖାଯାଇ ଯେପରି ଅଧିକ ସଂଖ୍ୟକ ବ୍ୟକ୍ତି ଟୀକା ଗ୍ରହଣ କରିବେ ସେଥିପାଇଁ ଚେଷ୍ଟା କରାଯିବ ବୋଲି ନୋଡାଲ ଅଫିସର ତଥା ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି।

Leave A Reply

Your email address will not be published.