ରାୟଗଡ଼ା ଭାରତୀୟ ମଜଦୁର ସଂଘ ପକ୍ଷରୁ ବିଶ୍ବ ଯୋଗ ଦିବସ ପାଳନ

0 2

ରାୟଗଡ଼ା :(ସରୋଜ ସାହୁ) -ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ ଭାରତୀୟ ମଜଦୁର ସଂଘ ସାରା ଭାରତରେ ପାଳନ କରିଛି । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ସମସ୍ତ ବ୍ଲକ୍ ସ୍ତରରେ ପାଳନ କରାଯାଇଛି। ଆଜି ଭାରତୀୟ ମଜଦୁର ସଂଘ ରାୟଗଡ଼ା ଜିଲ୍ଲା ସ୍ତରୀୟ ଯୋଗ ଦିବସରେ ଯୋଗ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଯୋଗ ଗୁରୁ ତଥା ବିଶ୍ଵାହିଦୁ ପରିଷଦର ଶ୍ରୀ ପ୍ରଳୟ ସାହୁ ,  ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରି ଶ୍ରୀ ଯୋଗେଶ୍ଵର ଦାସ ମୂଖ୍ୟ ଅତିଥି ଭାବେ  ଯୋଗ ଦେଇ ଯୋଗର ମହାନିୟତା ତଥା ଯୋଗ ଏକ ସାରିରିକ , ମାନସିକ ଓ ଆଧ୍ୟାତ୍ମିକ ଅଭ୍ୟାସ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତ ବିଶ୍ଵକୁ ଏକ ନୂତନ ପରିଚୟ ପ୍ରଦାନ କରିଛି ବୋଲି ପ୍ରକାଶ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘ ଜିଲ୍ଲା ସମ୍ପାଦକ ଖଗେଶ୍ବର ସିଂହ , ଉପ ସଭାପତି ମୋହନ ରାଓ ମାଝି  , ବିଶ୍ଵ କର୍ମା ମଜଦୁର ସଂଘର ସଭାପତି ଦୁର୍ଗ ମାଧବ ଘୋଷ  , ସମ୍ପାଦକ ବନ୍ଧୁ ସନ୍ତୋଷ ପଟ୍ଟନାୟକ ,ସଫେଇ ମଜଦୁର ସଂଘ ର ମୁଦୁନୁରୁ ରାମ ବାବୁ , ବ୍ୟବସାୟ ମଜଦୁର ସଂଘ ର ଆନନ୍ଦ ରାଉଳ ,  ରବି ନାରାୟଣ ଗୈାଡ ପରିଚାଳନା କରିଥିଲେ । ସେଶରେ ଜିଲ୍ଲା ର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଜିଲ୍ଲା ସଂପାଦକ ଖଗେଶ୍ବର ସିଂ ଧନ୍ୟବାଦ ଜଣାଇଥିଲେ ।

 

Leave A Reply

Your email address will not be published.