ଅଜଣା  ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ  ମୃତ୍ୟୁ। 

0 2

ଟିଟିଲାଗଡ, (ଗୌରବ ଦର୍ଜୀ)-ଆଜି ଟିଟିଲାଗଡ ସହର ଦେଶିଲ ଗ୍ରାମ ନିକଟରେ ମୁଖ୍ୟ ରାଜପଥ ରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ଦର୍ଲୋ ଗ୍ରାମ ର ଚିତ୍ର ବାଗ ଙ୍କ ପୁଅ ଉତ୍ତମ ବାଗ ( ବୟସ ୧୬) ବୋଲି ଜଣା ପଡିଛି। ସେ ପେଣ୍ଡରାପଦର ଏକ ଏକୋଇଶିଆ ଉତ୍ସବ ରେ ଯୋଗ ଦେଇ ହିରୋ ଏଚଏଫ୍ ଡିଲକ୍ସ ( ଗାଡ଼ି ନମ୍ବର ସିଜି ୦୭ ୬୩୦୨) ରେ  ଫେରୁଥିବା ସମୟ ରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୁବକ ଜଣ କୁ ଟିଟିଲାଗଡ ମୁଖ୍ୟ ଡାକ୍ତରଖାନା କୁ ଆଣିଥିଲା। ଡାକ୍ତର ବଳରାମ ସାହୁ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଟିଟିଲାଗଡ ପୋଲିସ ଖବର ପାଇ ଡାକ୍ତରଖାନା କୁ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ତଦନ୍ତ ରୁ ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା ପରେ ତାଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲେ। ଖବର ପାଇ ମୃତ ଉତ୍ତମଙ୍କ ବାପା ମା ଓ କାକା ଡାକ୍ତରଖାନା ରେ ପହଞ୍ଚିଥିଲେ। ଟିଟିଲାଗଡ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କଲାପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିବା ବୋଲି ସୂଚନା ରହିଛି।

 

Leave A Reply

Your email address will not be published.