ଭଦ୍ରକବ୍ଲକ(ସୀତାକାନ୍ତ ପାଢ଼ୀ)ଦେଶରେ ବର୍ତ୍ତମାନ ମହାମାରୀ କରୋନା , ଦୂଷିତ ପରିବେଶକୁ ନେଇ ସମସ୍ତେ ଚିନ୍ତିତ। ଏପରି ଅବସ୍ଥାରେ ଏବେ ଦେଶରେ ଅମ୍ଳଜାନ ପାଇଁ ଲଢ଼େଇ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ଜଣେ ଯୁବକ ନିଜର ସଂଗଠନ ଜରିଆରେ ଲୋକଙ୍କୁ ସଚେତନ କରାଇବା ସହିତ ପରିବେଶକୁ ପ୍ରଦୂଷଣମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନଯାୟୀ ଭଦ୍ରକ ଜିଲ୍ଲା ଚରମ୍ପା ପରସିଙ୍ଗା ପଂଚାୟତ କୁନ୍ତଳା ଗ୍ରାମର ଶ୍ରୀ ଶ୍ରୀ ଶୁକମୁନି ଫାଉଡେସନ ତରଫରୁ ଗଛ ଲଗାଇ ଜନସାଧାରଣ ମାନଙ୍କୁ ସଚେତନତାର ବାର୍ତ୍ତା ଜଣାଇଛନ୍ତି । ଏହି ସଂଗଠନର ସଦସ୍ୟ ମେହେଶ୍ୱର୍ ଖିଲାର୍ ଙ୍କ ଆଜି ବିବାହ ଉତ୍ସବ । ଏହି ଅବସରରେ ଫାଉଡେସନର ସମସ୍ତ ସଦସ୍ୟ ମିଳିତ ହୋଇ କୋରୋନା କଟକଣା ନିୟମକୁ ମାନି ସ୍ଥାନୀୟ ଅଞ୍ଚଳରେ ୧୦ ଟି ଗଛ ଲଗାଇ ଥିଲେ । ଏହି କୋରୋନା ମହାମାରୀରେ ଅକ୍ସିଜେନ୍ ଅଭାବରୁ ଅନେକ ଲୋକଙ୍କ ଜୀବନ ଚାଲିଯାଉଛି । ଅନେକ ଲୋକ ଅକ୍ସିଜେନ ଅଭାବରୁ ରାସ୍ତା କଢ଼ରେ ପଡ଼ି ପଡି ଜୀବନ ହରାଉଥିବା ବେଳେ ,ଆଗକୁ ଏପରି ସମସ୍ୟାକୁ ଦୂର କରିବା ପାଇଁ ଏହା ଏକ ସାଧୁ ଉଦ୍ୟମ । ତାଙ୍କର ଏପରି ଉଦ୍ୟମକୁ ଆଜି ସବୁ ବର୍ଗର ଲୋକମାନେ ସ୍ଵାଗତ କରିଛନ୍ତି। ବିବାହ ସମୟ ପୂର୍ବରୁ ଏପରି ଏକ ନିଷ୍ପତ୍ତି ସମସ୍ତଙ୍କ ପାଇଁ ଏକ ଶିକ୍ଷା ସଦୃଶ।
Sign in
Sign in
Recover your password.
A password will be e-mailed to you.