ସାଧୁଙ୍କୁ ପୋଲିସ ପ୍ରଶାସନର ଦୁର୍ବ୍ୟବହାରର  ପ୍ରତିବାଦ : କ୍ରାନ୍ତି ବାବା ସରୁପା ନନ୍ଦ ଗିରିଙ୍କ ଆମରଣ ଅନଶନ।

0 2

କଲ୍ୟାଣସିଂହପୁର//ପ୍ରଦିପ ଦଲାଇ : କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ସରଧାପୁର  ପଞ୍ଚାୟତର ଭାଗବତ ଆଶ୍ରମର ବାବା ପୂଜ୍ୟ ଗୋବିନ୍ଦ ଚରଣ ଦାସଙ୍କୁ ସେଠାକାର ପୋଲିସ ଏ. ଏସ.ଆଈ ପବିତ୍ର ମହୋନ ପଟ୍ଟନାୟକ ଡ୍ୟୁଟି ସମୟରେ ମାଦକ ଦ୍ରବ୍ୟ  ସେବନ କରି ବିନା କାରଣ ରେ ବାବା ଙ୍କୁ ଅଶ୍ବିଳ ଭାଷା ରେ ଗାଳି ଗୁଳଜ କରି ଦୁର୍ବ୍ୟବହାର  କରି ଥିବାରୁ ତାହାର ପ୍ରତିବାଦ ରେ ଦେବଗିରି ଧାମ ରେ ପୂଜ୍ୟ କ୍ରାନ୍ତି ବାବାଙ୍କ ଆମରଣ ଅନଶନ ଚାଲିଛି | ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ଆଶ୍ରମରେ ଧାରଣା ଦିଆଯାଊଛି ଏବିଶୟ ନେଇ  ରାୟଗଡ଼ା ଏସ. ପି ଙ୍କ ମାଧ୍ୟମରେ  ପୋଲିସ ମହାନିର୍ଦ୍ଦେଶକଙ୍କୁ ଦାବୀ ପତ୍ର ଦିଆଯାଇଥିଲା | ଯଦି ଦୋଷୀ କ୍ଷମା ପ୍ରାର୍ଥନା ନକରନ୍ତି ତାଙ୍କୁ ଚାକିରିରୁ ବହିଷ୍କାର କରାଯାଉ | ଏହାର ତୁରନ୍ତ ସମାଧାନ ନହେବା ପର୍ଯ୍ୟନ୍ତ  ଅମରଣ ଅନଶନ ଜାରି ରହିବ ବୋଲି ବାବା କ୍ରାନ୍ତି ସରୁପାନନ୍ଦ ଗିରି ସୂଚନା ଦେଇଛନ୍ତି |

Leave A Reply

Your email address will not be published.