ଜୟ ଶ୍ରୀରାମ ଫାଉଣ୍ଡେସନ ପକ୍ଷରୁ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧନା 

0 2

ବୋଲଗଡ଼ରୁ ପଞ୍ଚାନନ ସ୍ବାଇଁ : ସାରା ପୃଥିବୀରେ ଦେଖାଦେଇଥିବା ମହାମାରୀ କରୋନା  ରୋଗର ଆରୋଗ୍ୟ ନିମନ୍ତେ ଜୀବନକୁ ପାଣି ଛଡାଇ  କରୋନା  ଯୋଦ୍ଧା ଭାବରେ କାର୍ଯ୍ୟକରୁଥିବା ଡ଼ାକ୍ତର, ତଥା ଏ ଲଢେଇରେ ସାମିଲ  ବିଭିନ୍ନ ମାଧ୍ୟମ ସାମ୍ବାଦିକ,ଅଙ୍ଗନବାଡି କର୍ମି, ଆଶାଦିଦି, ସମାଜସେବୀ,  ପୋଲିସ, ପ୍ରଶାସନିକ ଅଧିକାରୀ ତଥା ବିଭିନ୍ନ ବ୍ୟକ୍ତିବିଶେଷ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଜୟ ଶ୍ରୀରାମ ଫାଉଣ୍ଡେସନ, ଓଡିଶା ତରଫରୁ ଆଜି ବୋଲଗଡ଼ ନଦିଘୋଷ ଭବନ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଯୋଇଯାଇଛି | ଏହି ଅବସରରେ କରୋନା ଲଢେଇରେ ଉଲ୍ଲେଖନୀୟ ଭୂମିକା ରଖିଥିବା ବ୍ୟକ୍ତିବିଶେଷଙ୍କୁ ମାନପତ୍ର, ପୁଷ୍ପଗୁଛ ସହ ଉପଢୌକନ ଦେଇ କରୋନାଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୋଲଗଡ଼ ବେଗୁନିଆ ବିଧାୟକ ତଥା ଜୟ ଶ୍ରୀରାମ ଫାଉଣ୍ଡେସନ 6ଖାର୍ଦ୍ଧା ଜିଲ୍ଲା ସଭାପତି ରାଜେନ୍ଦ୍ର  କୁମାର ସାହୁ ଏବଂ ସମ୍ମାନିତ ଅତିଥିଭାବେ ଯୁବ ବିଜେଡ଼ି ଉପସଭାପତି ତଥା ଶ୍ରୀରାମ ଫାଉଣ୍ଡେସନ ବୋର୍ଡ କମିଟିର ସଦସ୍ୟ ସୁବାଶିଷ ଖୁଣ୍ଟିଆ ଏବଂ ବିଜେଡ଼ି ମହାସଚିବ ଏଲିନା ଦାସ ଓ ଶ୍ରୀରାମ ଫାଉଣ୍ଡେସନ ରାଜ୍ୟ ବୋର୍ଡ଼ କମିଟି ସଦସ୍ୟ ଦେବୀ ପ୍ରସାଦ ମିଶ୍ର, ଜୟ ଶ୍ରୀରାମ ଫାଉଣ୍ଡେସନର ମୁଖ୍ୟ ସଦସ୍ୟ ରବିନ୍ଦ୍ର କୁମାର ସୁବୁଦ୍ଧି ଓ ବିଶ୍ଵଜିତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ବୋଲଗଡ଼ ସାମ୍ବାଦିକ କ୍ଳବର ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ରହି ମାନପତ୍ର ଗ୍ରହଣ କରିଥିଲ।

 

Leave A Reply

Your email address will not be published.