ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତି ଏକଜ୍ୟୁକେଟିଭ କମିଟିର ବୈଠକ

0 1

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ସରକାରୀ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତି ର ଏକଜ୍ୟୁକେଟିଭ କମିଟି ର ବୈଠକ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀମାନ ତ୍ରିଲୋଚନ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ତହସିଲ ସାହୁ ଉପସ୍ଥିତ ସଦସ୍ୟ ମାନଙ୍କୁ ସ୍ୱାଗତ ଜଣାଇବା ସମେତ ଉପଖଣ୍ଡ ଚିକିତ୍ସାଳୟ ର ସୁବିଧା ଅସୁବିଧା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହିତ ପଦ୍ମପୁର ସହରାଞ୍ଚଳ ରେ ୧୮ ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କୁ ଖୁବଶିଘ୍ର କୋଭିଡ ଟୀକାକରଣ ନିଷ୍ପତ୍ତି ର ସୂଚନା ପ୍ରଦାନ କରିଥିଲେ lବୈଠକରେ ନିଆଯାଇଥିବା ଅନ୍ୟାନ୍ୟ ନିଷ୍ପତ୍ତି ମଧ୍ୟରେ ରହିଛି ଚିକିତ୍ସାଳୟ ପରିସର ରେ ଡ୍ରେନେଜ୍ ସିଷ୍ଟମ ର ମରାମତି, ଚିକିତ୍ସାଳୟ ସମ୍ମୁଖରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଦୁଇଗୋଟି ଗେଟ୍ ନିର୍ମାଣ,ଓପିଡି ପାଇଁ ଇନଭାଇଟର୍ କ୍ରୟ, ଅନ୍ୟାନ୍ୟ ଆନୁଷଙ୍ଗିକ ଦ୍ରବ୍ୟ କ୍ରୟ,ପାର୍କିଙ୍ଗ୍ ସେଡ୍ ନିର୍ମାଣ ପ୍ରଭୃତି ଅନ୍ତର୍ଭୁକ୍ତ lଉକ୍ତ ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାହୀ ଅଧିକାରୀ, ସମନ୍ୱିତ ଶିଶୁ ବିଭାଗ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସୁନିତୀ ଦେବତା, ପଦ୍ମପୁର ଆଇ.ଆଇ.ସି ଶ୍ରୀଯୁକ୍ତ ରାଜେନ୍ଦ୍ର ସିଆଲ୍, ଡାକ୍ତର ଗୀତାପିୟୁସ ମିଶ୍ର (ଶିଶୁ ରୋଗ ବିଶେଷଜ୍ଞ),ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ,ଲୋକସଭା ସାଂସଦ ପ୍ରତିନିଧି ଆଡଭୋକେଟ୍ ଚିନ୍ମୟ କୁମାର ପଣ୍ଡା,ଆଡଭୋକେଟ ଆଶିଷ ମିଶ୍ର, ଡାକ୍ତରଖାନା ପରିଚାଳକ ଶ୍ରୀ ଦିବ୍ୟକିଶୋର ମେହେର,ବରିଷ୍ଠ ସମାଜସେବୀ ଶ୍ରୀମାନ ନିରୋଜ ଦୋରା,ଏ.ବି.ଇ.ଓ ଶ୍ରୀଯୁକ୍ତ ବିପିନ ବିହାରୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l

Leave A Reply

Your email address will not be published.