ଭୁବନେଶ୍ୱର,: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଦଳର ଛାମୁଆ ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ଉଦେ୍ଧଶ୍ୟରେ ବିଜୁ ଯୁବ ଜନତା ଦଳ ରାଜ୍ୟ କମିଟିକୁ ସଂପ୍ରସାରିତ କରାଯାଇଛି ବୋଲି ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର) ସଂଜୟ କୁମାର ଦାସବର୍ମା ସୂଚନା ଦେଇଛନ୍ତି । ବିଜୁ ଯୁବ ଜନତା ଦଳ ରାଜ୍ୟ କମିଟିର ଉପ-ସଭାପତି ଭାବେ କୃଷ୍ଣ ଚନ୍ଦ୍ର ରାଉତ, ଦୟାନିଧି ନାୟକ, ରାକେଶ କୁମାର ନାୟକ, ସାଧାରଣ ସଂପାଦକ ଭାବେ ପ୍ରମୋଦ କୁମାର ମହାପାତ୍ର, ସଂପାଦକ ଭାବେ ଆଶିଷ କୁମାର ସାହୁ, ଆଲୋକ ଭଟ୍ଟ, ପୃଥ୍ୱୀରାଜ ପଣ୍ଡା, ଚିତ୍ତରଞ୍ଜନ ବରାଳ, ସାଂଗଠନିକ ସଂପାଦକ ଭାବେ ଧର୍ମେନ୍ଦ୍ର ସାମଲ, ପୂର୍ଣ୍ଣେନ୍ଦୁ ପୂଜାପଣ୍ଡାଙ୍କୁ ମନୋନୀତ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.