ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଘୋଷଯାତ୍ରା : ଯାନବାହନ ଚଳାଚଳ ଉପରେ ଲାଗିଲା କଟକଣା

0

ବାରିପଦା(ଦିଲ୍ଲୀପ ମହାନ୍ତି )- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେ ବାରିପଦାଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ପ୍ରବଳ ଜନସମାଗମ ପରିଲକ୍ଷିତ ହେଉଥିବାରୁ ସହରରେ ଯାନବାହନ ଚଳାଚଳ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁଲାଇ ୧୪ ସକାଳ ୬ଟାଠାରୁ ଜୁଲାଇ ୨୪ ମଧ୍ୟରାତ୍ର ପର୍ଯ୍ୟନ୍ତ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ କଟକଣା ଲଗାଯାଇଛି । ବାରିପଦା ଘରୋଇ ବସଷ୍ଟାଣ୍ଡରୁ ଭୂବନେଶ୍ୱର, କଟକ, ଭଦ୍ରଖ, ବାଲେଶ୍ୱର, ଉଦଳା ଓ ବଡ଼ସାହି ଅଭିମୁଖେ ଯାତାୟତ କରୁଥିବା ସମସ୍ତ ଯାତ୍ରୀବାହୀ ବସ , ଅଟୋ ଆଦି ସହିତ ଟ୍ରକ, ଡମ୍ଫର, ଟ୍ରାକ ଓ ଅନ୍ୟାନ୍ୟ ଯାନବାହନଗୁଡ଼ିକ ସତ୍ୟସାଇ ଛକ, ଦାରୋଗାଡ଼ାହି, ପାଲବଣି ଗୋଲେଇ ମଧ୍ୟ ଦେଇ ଚଳାଚଳ କରିବ । ସେହିପରି ବଡ଼ ଜଗନ୍ନାଥ ମନ୍ଦିରଠାରୁ ମା ଅମ୍ବିକା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ଏଥି ସହିତ ନିର୍ଦ୍ଧାରିତ ପାର୍କିଂ ସ୍ଥାନ ବ୍ୟତୀତ ଅନ୍ୟ କୌଣସିଠାରେ ଯାନବାହନର ପାର୍କିଂ  ଉପରେ କଟକଣା ଲଗାଯାଇଛି । ଜୁଲାଇ ୧୪ ମହାପ୍ରଭୂଙ୍କ ପହଣ୍ଡି ବିଜେ ସହିତ ୧୫ ଓ ୧୬ ରଥ ଟଣା, ଜୁଲାଇ ୨୨ ବାହୁଡ଼ା ପହଣ୍ଡି ବିଜେ ସହିତ ୨୩ ଓ ୨୪ ବାହୁଡ଼ା ରଥ ଟଣାର ଦୁଇ ଘଣ୍ଟା ପୂର୍ବରୁ ବଡ଼ଦାଣ୍ଡ ଉପରକୁ କୌଣସି ସାଇକେଲ, ବାଇକ, ଅଟୋ, ରିକ୍ସା, ଟଲି ବଡ଼ଦାଣ୍ଡ ପାର ହେବାକୁ ବାରଣ କରାଯାଇଛି । ଏହି କଟକଣା କର୍ତ୍ତବ୍ୟରତ ମାଜିଷ୍ଟେ୍ରଟ, ପୁଲିସ, ଦମକଳ, ଆମ୍ବୁଲାନ୍ସ ସେବା ସହିତ ଦେବୋତ୍ତର ବିଭାଗର ଯାନବାହନଗୁଡ଼ିକ ପ୍ରତି କୋହଳ କରାଯାଇଛି ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରେସ ଇସ୍ତାହାରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.