ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ରେଢ଼ାଖୋଲ ଜୀବନ ବୀମା କାର୍ଯ୍ୟାଳୟ ସମ୍ମୁଖରେ ଜୀବନ ବୀମା କାର୍ଯ୍ୟାଳୟର ଅଭିକର୍ତ୍ତା ମାନେ ବୁଧବାର ଠାରୁ ୧୮ ଦଫା ଦାବି ନେଇ ୧୫ ଦିନିଆ ଧର୍ମଘଟ ଆରମ୍ଭ କରିଛନ୍ତି । ଏହି ୧୫ ଦିନ ଅଭିକର୍ତ୍ତା ମାନେ ଜୀବନ ବୀମା କାର୍ଯ୍ୟାଳୟକୁ ଆସି କୋୖଣସି କାମ ନ କରିବା ପାଇଁ ନିଷ୍ପତି ନେଇଛନ୍ତି । ବିଗତ କୋରାନ ସମୟରେ କାର୍ଯ୍ୟକରି ସଂକ୍ରମଣରେ ମୃତ୍ୟୁ ହୋଇଥିବା ଅଭିକର୍ତ୍ତାଙ୍କୁ ଏକ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବା , ସଂକ୍ରମଣରେ ମୃତ୍ୟୁ ଅଭିକର୍ତ୍ତାଙ୍କ ନାବାଳକ ଓ ନାବାଳିକା ସନ୍ତାନର ସମସ୍ତ ପାଠପଢ଼ା ଖର୍ଚ୍ଚ ନିଗମ ବହନ କରିବା , ମେଡିକ୍ଳେମରେ ଟପଅଫ୍ ୫୦ ଲକ୍ଷ ଟଙ୍କା କରିବା ସହ ପରିବାରର ବାପ ଓ ମା ଙ୍କୁ ଅନ୍ତର୍ଭୁକ୍ତ କରାଯିବା , ପଲିସି ଧରୀଙ୍କୁ ଅଗ୍ରୀମ ତିନିମାସ ପାଇଁ ପ୍ରିମିୟମ ଓ ଲୋନ ଉପରେ ସୁଧ ମୁକ୍ତ କରାଯିବା , ବିମାଧରୀଙ୍କ ପଲିସିରେ ବୋନସ ବଢାଯାଉ , ଆଇଆରଡିଏଙ୍କ ପତ୍ରକୁ ପାଳନ କରି ତାରି ଅନୁସାରେ କମିଶନ ପେମେଣ୍ଟ କରାଯିବା ପାଇଁ ଦାବି କରାଯାଇଛି । ଏହି ଧର୍ମଘଟ ଆନ୍ଦୋଳନରେ ସମ୍ବଲପୁରର ଜୀବନ ବୀମା ଶାଖା ୨ ଅଭିକର୍ତ୍ତା ସଂଘର ଉପସଭାପତି ଜେନାମଣି ଯୋଗଜନ୍ମା ଦାସଶର୍ମା , ସହ ସଂପାଦକ ହରିବନ୍ଧୁ ସାହୁ , ଉପଦେଷ୍ଟା ରୁଦ୍ରନାରାୟଣ ସାହୁ , ଦିଲ୍ଲୀପ ପ୍ରଧାନ , ବରିଷ୍ଠ ଅଭିକାର୍ତ୍ତା ସୁରଥ ସାହୁ , ରଞ୍ଜିତ ନାଏକ , ରଞ୍ଜିତ ନନ୍ଦ , ବ୍ୟାସଦୁତ୍ତ କର୍ମୀ , ଅଜୟ ଭିତିରିଆ , ଜିତେନ୍ଦ୍ର ବାଘ , ରାଜୁ ବେଗ , ଉମେଶ ପ୍ରଧାନ , ବିଶ୍ବରଂଜନ ବିସି , ଅର୍ଜୁନ ପୃଷ୍ଟି , ସୁଶାନ୍ତ ପ୍ରଧାନ ପ୍ରମୁଖ ସାମିଲ ଥିଲେ
Sign in
Sign in
Recover your password.
A password will be e-mailed to you.
Prev Post
ଭିନ୍ନକ୍ଷମ ହେଲେ ବି ଅନ୍ୟଙ୍କ ପାଇଁ ପ୍ରେରଣା ଦେଉଲବାଡ଼ି ଗ୍ରାମର ସୁରେନ୍ଦ୍ର, ସରକାରୀ ପ୍ରୋତ୍ସାହନରୁ ବଞ୍ଚିତ।
Next Post