ବିଶ୍ୱ ପରିବେଶ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକର ବି.ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ୱ ପରିବେଶ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

ବି.ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢୀଙ୍କ ଦ୍ୱାରା ପରିଚାଳନାରେ ମେଡିକାଲ ଅଫିସର ଡାକ୍ତର ନିବେଦିତା ସାହୁ ଯୋଗ ଦେଇ ବେଲ, ଅଁଳା, ଇତ୍ୟାଦି ଗଛ ଲଗାଇଥିଲେ। 

  ଏଥିରେ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଭାଗ ନେଇ ବଗିଚାର ବିଭିନ୍ନ କାମ , ଗଛର ଯତ୍ନ, ଜଳସେଚନ, ମାଟି ଖୋଳିବା, ପରିବେଶର ସଫେଇ ଆଦି କାର୍ଯ୍ୟକ୍ରମ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ସୁଶିଳା ଶବର , ସୁସେନି ଶବର , ପ୍ରଭାସିନୀ ଶବର , ରାଜନ୍ତି ଶବର , ଯୋଶେଫ ଶବର , ନରେନ୍ଦ୍ର ବେହେରା , ଅକ୍ଷୟ ନାୟକ , ସୁଜିତ ଛିଞ୍ଚାଣୀଙ୍କ ସମେତ ଜେ. ଶ୍ରୀନିବାସ ପଟ୍ଟନାୟକ , ଭି.ବସନ୍ତ କୁମାର ,  ତ୍ରିଲୋଚନ ପାତ୍ର , ସ୍ୱର୍ଣ୍ଣଲତା ନାୟକ , ଧ୍ୟାନ ମଞ୍ଜରୀ ରାହୁଳ ପ୍ରମୁଖ ସମସ୍ତେ ମିଶି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.