ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ

0 2

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଶିବ ମନ୍ଦିର ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକ  ପ୍ରାଣ ହରାଇଛନ୍ତି  । ପୋଲିସ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ପାଇକମାଲ ବ୍ଲକ କାଂଶଡା ଗ୍ରାମର ସୁଖମତ ଭୋଇ (୩୨)ନାମକ ଜଣେ ଯୁବ ଏକ ହୋଣ୍ଡା ବାଇକରେ ଶିବ ମନ୍ଦିର ନିକଟରେ ଥିବା ପୁରୁଣା ପୋଲର ରାସ୍ତାକୁ ଅବରୋଧ କରିବା ପାଇଁ ପକା ଯାଇଥିବା ଏକ ଗଛରେ ପିଟି ହୋଇଥିଲେ | ଯାହା ଫଳରେ ବାଇକ ଜମ୍ପ କରି ଗଛର ଆର ପଟକୁ  ଛିଟିକି ପଡିଥିବା ବେଳେ ବାଇକ ଆରୋହୀ  ସୁଖମତ ଛିଟିକି ପୋଲ ତଳକୁ ପାଣି ଭିତରେ ପଡି ଯାଇଥିଲା । ଆଜି ସକାଳୁ କିଛି ଲୋକ ରାସ୍ତା କଡରେ ବାଇକ ପଡିଥିବା ଦେଖି ସନ୍ଦେହ ହେବାରୁ ପୋଲ ତଳକୁ ଦେଖିଥିଲେ । ପାଣିରେ ମୃତ ଦେହ ଭାସୁଥିବା ଦେଖି ପାଇକମାଲ ଥାନାକୁ ଫୋନ କରିଥିଲେ । ପାଇକମାଲ ଆଇଆଇସି ବିଶ୍ୱଜିତ ମନବୋଧ , ପୋଲିସ ର ଅନ୍ୟାନ୍ୟ ଅଧିକାରୀ , ଅଗ୍ନିଶମ ବିଭାଗର କର୍ମଚାରୀ , ପହଂଛି ପୋଲ ତଳୁ ମୃତଦେହ ବାହାର କରିଥିଲେ । ଶବ ପଂଚନାମା ସରିଲା ପରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡ଼ିଛି ।

Leave A Reply

Your email address will not be published.