ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଦେଲେ ଭି. ଚନ୍ଦ୍ରଶେଖର ନାଇଡୁ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ନୂଆଦିଲ୍ଲୀରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥି ଭି. ଚନ୍ଦ୍ରଶେଖର ନାଇଡୁ। 

ଗତ ମହାବାତ୍ୟା “ୟଶ”କୁ ସଠିକ୍ ସମୟରେ ସଠିକ୍ ଆକଳନ କରି ଓଡିଶାର ଉପକୂଳବର୍ତ୍ତି ଜିଲ୍ଲା ମାନଙ୍କରେ ହଜାର ହଜାର ଜନସାଧାରଣଙ୍କ ବହୁମୂଲ୍ୟ  ଜୀବନ ଓ ବ୍ୟକ୍ତିଗତ ସମ୍ପତ୍ତି ସୁରକ୍ଷିତ କରିଥିବାରୁ ଶ୍ରୀ ନାଇଡୁ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନୀତ କରିଛନ୍ତି। 

ଗତ ମେ ୨୬ ତାରିଖ ଦିନ ମହାବାତ୍ୟା  “ୟଶ”କୁ ପ୍ରାୟ ଏକ ସପ୍ତାହ ପୂର୍ବରୁ ଠାବ କରିବା ସହ ଏହାର ପ୍ରଭାବ , ତୀବ୍ରତା , ଲ୍ୟାଣ୍ଡ ଫଲ ପ୍ରଭୁତି ଆକଳନ କରି ସରକାର ଓ ପ୍ରାକୃତିକ ବିପଯ୍ଯୟ ପ୍ରଶମନ ବିଭାଗକୁ ଦିଗଦର୍ଶନ ଦେଇଥିଲେ।୧୮୭୫ ମସିହାରେ ପ୍ରତିଷ୍ଠିତ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ୧୪୨ ବର୍ଷର ଇତିହାସରେ ଡକ୍ଟର ମହାପାତ୍ର ଏକ ମାତ୍ର ଓଡିଆ ଭାବେ ଏହାର ମହାନିର୍ଦ୍ଦେଶକ ଭାବେ ଦାୟୀତ୍ବ ଗ୍ରହଣ କରି  ପାଣିପାଗ ବିଜ୍ଞାନ କେନ୍ଦ୍ରକୁ ସଠିକ୍ ନେତୃତ୍ବ ଦେଉଛନ୍ତି। ସାରା ଦେଶରେ ବର୍ତ୍ତମାନ ୩୦ଟି ମନିଟରିଂ ଷ୍ଟେସନ, ଲୋ ଅରବିଟ ସାଟେଲାଇଟ , ହାୟର ଅରବିଟ ସାଚେଲାଇଟ , ଇନସାଟ 1A , 2B , 2C ଓଡିଶାରେ ୩ଟି ମଧ୍ୟରୁ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଗୋପାଳପୁରରେ ଗୋଟିଏ ଡପଲାର ରାଡାର କାର୍ଯ୍ୟ ସେ ତଦାରଖ କରୁଛନ୍ତି। 

ଏହାସହ ୧୦ ପେଟାବାଇଟ ସୁପର କମ୍ପ୍ୟୁଟର  ଓ ବିଭିନ୍ନ ମଡେଲ ବ୍ଯବହାର କରି ଆଗୁଆ ସୂଚନା ପାଇ ଧନ ଜୀବନର ସୁରକ୍ଷା କରୁଛନ୍ତି।  ଏହା ସହ ଉଭୟଙ୍କ ଆଲୋଚନା  ବେଳେ ଶ୍ରୀ ମହାପାତ୍ର ରାଜ୍ୟବାସୀଙ୍କ ପାଇଁ ଏକ ଶୁଭ ସୂଚନା ଦେଇଛନ୍ତି। କହିଛନ୍ତି ଚଳିତ ବର୍ଷ ଓଡିଶାରେ ସଠିକ୍ ସମୟରେ ମୌସୂମୀ ବର୍ଷା ଠିକ୍ ସମୟରେ ହେବ। କୃଷି ପ୍ରଧାନ ଓଡିଶାରେ ସାଧାରଣ ମୌସୁମୀ ବର୍ଷା ସଠିକ୍ ସମୟରେ ଆସିବା ଏକ ବରଦାନ ସଦୃଶ୍ଯ ବୋଲି ଯାହା ରାଜ୍ଯର ଆର୍ଥିକ ଅଭିବୃଦ୍ଦିରେ ବେଶ ସହାୟକ ହେବ ବୋଲି ଶ୍ରୀ ନାଇଡୁ କହିଛନ୍ତି। ବର୍ତ୍ତମାନର କୋଭିଡ୍ ମହାମାରୀ ଆର୍ଥିକ ଅଭିବୃଦ୍ଦି , ସ୍ୱାସ୍ଥ୍ୟ, ଶିକ୍ଷାକୁ ଧ୍ବସଂ କରିଥିବା ବେଳେ ମୌସୁମୀ ସଂପର୍କିତ ସୂଚନା ଭଲ ଖବର ବୋଲି ଶ୍ରୀ ନାଇଡୁ ପ୍ରକାଶ କରିଛନ୍ତି। 

Leave A Reply

Your email address will not be published.