ବରଗଡ଼ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ କୁଢାରିଫସା ଗ୍ରାମର ନବଘନ ମଲ୍ଲିକ ଙ୍କର ସ୍ତ୍ରୀ ଶ୍ରୀମତୀ ଜୁଏବତୀ ମଲ୍ଲିକ (32) ନିଜ ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଖବର ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ନିକଟକୁ ପହଂଚିବା ପରେ ଥାନା ଅଧିକାରୀ ଙ୍କର ସହିତ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଘଟଣା ସ୍ଥଳକୁ ପହଂଛି ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ନବଘନ ର ପରିବାର ଭିତରେ ଗତ କିଛି ଦିନ ଧରି ପାରିବାରିକ କଳହ ଲାଗି ରହିଥିଲା । ଯାହାଫଳରେ ଜୁଏବତୀ ଏହିଭଳି କଠୋର ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ କିଛିଦିନ ତଳେ ନବଘନ ର ମାଁ ଙ୍କର ମୃତ୍ୟୁ ହୋଇ ଯାଇଥିଲା । ଶୁଦ୍ଧି କ୍ରିୟା ପାଇଁ ଆବଶ୍ୟକ କିଛି ଜିନିଷ ପାଇଁ ନବଘନ ନିକଟସ୍ଥ ଜର୍ଜଗଡ଼ ଗ୍ରାମକୁ ନିଜର ପୁଅକୁ ଧରି ଯାଇଥିଲେ । ହେଲେ ଆଜି ସକାଳେ ଘରକୁ ଫେରି ସ୍ତ୍ରୀ ଆତ୍ମହତ୍ୟା କରିଥିବା ଜାଣିବା ପରେ ଥାନାରେ ଖବର ଦେଇଥିବା ଜଣାପଡିଛି । କାରଣ ଜାହାଭି ହେଉନା କାହିଁକି ଆତ୍ମହତ୍ୟା କୋଣସି ସମାଧାନ ନୁହେଁ , ନିଜର ଛୋଟ ଛୁଆ ର ଭବିଷ୍ୟତ ବାବଦରେ ଚିନ୍ତା ନ କରି ଆତ୍ମହତ୍ୟା କରି ମହିଳା ଜଣକ କଣ ପାଇଲେ ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post