ଆମାନିଆଙ୍କ ଭିଡ ତା ବାଟରେ, ହେଲେ ହେଲମେଟ ଚେକ୍ କିନ୍ତୁ ଜୋରଦାର 

0 2

ଗୁଣପୁର  (ସୁବ୍ରତ କୁମାର ପଣ୍ଡା) : ରାୟଗଡ଼ା ଜିଲ୍ଲା ଗୁଣପୁରରେ ଦିନକୁ ଦିନ କୋରନାର ସଂକ୍ରମିତ ବଢ଼ିବାରେ ଲାଗିଛି। ଏ ନେଇ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ସଚେତନ ର ବାର୍ତା ଦେଉଥିବା ବେଳେ ପ୍ରଶାସନ କୋରନା ସଂକ୍ରମିତକୁ କିପରି ରୋକା ଯାଇପାରିବ ଏହାକୁ ଦୃଷ୍ଟି ନ ଦେଇ ହେଲମେଣ୍ଟ ଚେକ୍ କରିବାରେ ଲାଗିଛନ୍ତି । ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ 500 ମିଟରରେ ସମସ୍ତ ପନିପରିବା ଘର ସାମଗ୍ରୀ ଥିଲେ ମଧ୍ୟ ଅମାନିଆ ମାନେ ବାଇକ୍ ଧରି ଖୁଲମଖୁଲା ବୁଲୁଛନ୍ତି। କୋରନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଉଥିବା ସମୟରେ ଅମାନିଆ ମାନଙ୍କୁ ପ୍ରଶାସନ ଦେଖି ମଧ୍ୟ ଅଣଦେଖା କରୁଛି ଓ ଏ ନେଇ କୌଣସି ପଦକ୍ଷେପ ନଉନାହିଁ ।  ଦୁଇଦିନିଆ ଷର୍ଟ ଡାଉନ୍ ପରେ ଆଜି  ଗୁଣପୁରର ନୂତନ ବସ୍ ଷ୍ଟାଣ୍ଡ ଓ ପୁରୁଣା ବସ୍ ଷ୍ଟାଣ୍ଡ ଓ ପୁରୁଣା ଗୁଣପୁରରେ ପ୍ରବଳ ମାତ୍ରା ରେ ଲୋକଙ୍କ ଭିଡ ଦେଖିବା କୁ ମିଳିଛି । ଗୁଣପୁର ପ୍ରଶାସନକୁ ବାରମ୍ବାର ଅବଗତ କରାଇବା ସତ୍ତ୍ୱେ ପ୍ରଶାସନ ଏଥି ପ୍ରତି କୌଣସି ପ୍ରକାର ପଦକ୍ଷେପ ନେଉ ନାହାନ୍ତି । ଏହିପରି ପ୍ରଶାସନର ଅବହେଳା ଯୋଗୁଁ ଆଜି ଗୁଣୁପୁରରେ ସଂକ୍ରମିତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏବଂ  ଆଗକୁ ଯଦି ପରିସ୍ଥିତି ଆହୁରି ଭୟଙ୍କର ହୁଏ ତେବେ ପ୍ରଶାସନ ଏହା ପାଇଁ ଦାୟୀ ରହିବ କି ବୋଲି ଜନସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଏଭଳି ଗୁଣପୁର ପ୍ରଶାସନର ଅବହେଳା ଦେଖି ବୁଦ୍ଧିଜିବି ମାନେ କ୍ଷୋଭ ବ୍ୟକ୍ତ କରିବା ସହ କରୋନା ନିୟନ୍ତ୍ରଣ ପ୍ରତି ଯଥେଷ୍ଟ ଯତ୍ନବାନ ହେବା ପାଇଁ ମତବ୍ୟକ୍ତ କରିଛନ୍ତି | 

Leave A Reply

Your email address will not be published.