ଆହାସାହା ନ ଥିବା ଠିବୁ ଓ ଵାଲମତିଙ୍କୁ ଆବାସ ମିଳିବ କେବେ !

0 2

ପଦ୍ମପୁର(ନିଲୁ ଦୀପ)-ଯୋଜନା ପରେ ଯୋଜନା। ପ୍ରକୃତ କ୍ଷେତ୍ରରେ ପ୍ରକୃତ ହିତାଧିକାରୀଙ୍କ ପାଇଁ ତାହା ବାଟବଣା। ଯିଏ ଧନୀ ତା ପାଖକୁ କୁବେର, ଇନ୍ଦ୍ର ପରି ପ୍ରଶାସନିକ ଅଧିକାରୀ,ରାଜନେତା ସମସ୍ତେ ଆସନ୍ତି। ଯାହାର କିଛି ନାହିଁ ତା ପାଖକୁ ଭିକାରୀ ମଧ୍ୟ ଆସେନାହିଁ। ଏପରି ଏକ ଅଭାବନୀୟ ଘଟଣା ଦେଖାଦେଇଛି ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତ ର ବେହେରାବାହାଲି ଗ୍ରାମ ରେ। ଆହାସାହା କେହି ନ ଥିବା, ଜମିବାଡି କିଛି ନ ଥିବା ବୃଦ୍ଧ ଦମ୍ପତି ଠିବୁ ପ୍ରଧାନ (୭୪) ଏବଂ ତାଙ୍କ ପତ୍ନୀ ଵାଲମତି ପ୍ରଧାନ (୭୨) ଦୀର୍ଘ ବର୍ଷ ହେଲା ପଲିଥିନ ତଳେ ଜୀବନ ବିତାଉଛନ୍ତି। ତାଙ୍କ ର ପୁଅ ଝିଅ କେହି ନାହାନ୍ତି।ପର ଘରେ କାମ କରି ପେଟପାଟଣା ବିଶେଷ କରି କିଛି ଉଣା ହେଉନଥିଲା। ତେବେ ପ୍ରାୟ ୧୦/୧୧ବର୍ଷ ହେବ ବୃଦ୍ଧ ଠିବୁ ପ୍ରଧାନ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇପଡିଲେ। ଏହା ପରେ ତାଙ୍କ ପତ୍ନୀ  ପରଘର କାମ କରିବା କୁ ସମୟ ପାଇଲେ ନାହିଁ। ଦିନରାତି ତାଙ୍କ ସ୍ବାମୀ ଶଯ୍ୟାଶାୟୀ ଠିବୁ ଙ୍କ ସେବାରେ ଲାଗିଲେ।ତା ପରେ ଆରମ୍ଭ ହେଲା ପେଟ ପାଟଣା ଯନ୍ତ୍ରଣା। ଡାକ୍ତର ଖାନା କଥା ସେମାନେ ଚିନ୍ତାବି କରିନାହାନ୍ତି। ଖରା ହେଉ କି ବର୍ଷା ହେଉ ବୃଦ୍ଧ ଦମ୍ପତି ପଲିଥିନ ଢାଙ୍କି ହୋଇ ବିତାଉଛନ୍ତି ଜୀବନ। ସରକାରୀ ସହାୟତା କହିଲେ ୩୫ କିଲୋ ଚାଉଳ ଓ ଉଭୟ ଙ୍କ ଭତ୍ତା ୧୦୦୦ ଟଙ୍କା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଘର ଖଣ୍ଡିଏ ପାଇଁ ଉଭୟ ଦମ୍ପତି ସ୍ଥାନୀୟ ଓ୍ବାଡ ମେମ୍ବର, ସରପଞ୍ଚ ଏପରି କି ଗାଇସିଲେଟ ବିଡ଼ିଓ ଙ୍କ ପାଖରେ ମଧ୍ୟ ଟିପ ଚିହ୍ନ ଲେଖା ଦୁଇ କାକୁତି ମିନତି ହୋଇଥିଲେ ମଧ୍ୟ ଘର ଖଣ୍ଡିଏ ସାତସପନ ହୋଇଛି। ଆଖି ଆଗରେ ସବୁ ଦୁର୍ନୀତି ଦେଖୁଥିବାରୁ ତଥା ବୟସାଧିକ୍ଯ କାରଣରୁ ଏବେ ସେମାନେ କାହାକୁ କିଛି କହୁନାହାନ୍ତି। ପଲିଥିନ ଢାଙ୍କି ହେଲେ ଦିନ ରାତି ସରିଯାଉଛି। ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ଆଞ୍ଚଲ ବାସୀ ସରକାର ଙ୍କୁ ଅନୁରୋଧ କରୁଛନ୍ତି।

  

Leave A Reply

Your email address will not be published.