ପଲସଦା ଉଚ୍ଚ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା  ଅନୁଷ୍ଠିତ ।

0 2

ପଦ୍ମପୁର(ନିଲୁ ଦୀପ)- ପଲସଦା ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ମକରଧ୍ବଜ ପ୍ରଧାନ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ବିଦ୍ୟାଳୟରେ କୋଭିଡ ନିୟମାବଳୀ ପାଳନ ପୂର୍ବକ ତାଙ୍କ ବିଦାୟ ସମ୍ବର୍ଦ୍ଧନା ସଭା ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ପଲସଦା ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପିତାମ୍ବର ସାହୁ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଗ୍ରାମର ଅନ୍ୟତମ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମହେନ୍ଦ୍ର କୁମାର ସାହୁ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁନୀଲ କୁମାର ସିହ୍ନା, ପୂର୍ବତନ ସଂସ୍କୃତ ଶିକ୍ଷକ ଶ୍ରୀ କିଶୋର ଚନ୍ଦ୍ର ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ମହେନ୍ଦ୍ର ସିଂ ବରିହା, ଗ୍ରାମର ଭଦ୍ରବ୍ଯକ୍ତି ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଯୋଗଦାନ କରି ବିଦାୟୀ ଶିକ୍ଷକଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରିଥିଲେ । ପରିଶେଷରେ ଶିକ୍ଷକ ଶ୍ରୀ ଯତୀନ୍ଦ୍ର ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.