ପଦ୍ମପୁର-କୋଭିଡ଼ ନିୟମାନୁସାରେ ପଦ୍ମପୁର ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଅବସର କାଳିନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ତହସିଲ ଅନ୍ତର୍ଗତ ଭେଉଁରିଆ ରାଜସ୍ବ ନିରିକ୍ଷକ ରାଧାକାନ୍ତ ପଧାନ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ରାଜସ୍ୱ ମଣ୍ଡଳ ତରଫରୁ ଆୟୋଜିତ ଏହି ଅବସର କାଳିନ ବିଦାୟ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ତହସିଲଦାର ସଞ୍ଜନ ସେଠ ଯୋଗ ବିଦାୟ କାଳିନ ଉପଢୌକନ ଦେଇ ଶ୍ରୀ ପଧାନଙ୍କ ଅବସର କାଳିନ ଜୀବନ ଖୁସିରେ କଟୁ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତହସିଲ ସୁପରଭାଇଜର ରାଘବ ମେଣ୍ଡେଲି,ଆରଆଇ ଦାମୋଦର ସୁନା,ଆରଆଇ ଜଗନ୍ନାଥ ଦେହେରୀ,ଆରଆଇ ଅରୁଆ ମହାନନ୍ଦ,ଆରଆଇ ଟିକେଶ୍ବର ମଲ୍ଲିକ, ଆରଆଇ ଅନିତା ପଧାନ, ଏଆରଆଇ ଜତିକୄଷ୍ଣ ଶତପଥି, ଅମିନ ମାନିନୀ ପ୍ରଧାନ, ଗୌରହରି ଦେବତା, ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.