ମୟୂରଭଞ୍ଜ:  କରୋନା ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି

0 2

ଆଜି ଜିଲ୍ଲାରେ ରେକର୍ଡ଼ ସଂଖ୍ୟକ ୬୯୫ ନୂଆ  କରୋନା ପଜିଟିଭ ଚିହ୍ନଟ 

ମେ ମାସର ୩୦ ଦିନରେ ରେକର୍ଡ  ସଂଖ୍ୟକ ୧୦, ୫୪୮ ଜଣ କୋଭିଡ଼-୧୯ ଭୁତାଣୁ ସଂକ୍ରମିତ

 ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମଣ ଚେନ ଭାଙ୍ଗିବାର ନାମ ଧରୁନାହିଁ । ଦୈନିକ ସଂକ୍ରମଣ ହାର ବୃଦ୍ଧି ପାଇବା ସହ ନୂଆ ନୂଆ ରେକଡର଼୍ କରିବାରେ ଲାଗିଛି । ଜିଲ୍ଲାର ସଦର ମହକୁମା ବାରିପଦାରୁ ଆରମ୍ଭ କରି ଗ୍ରାମାଞ୍ଚଳ ସର୍ବତ୍ର କରୋନା ମହାମାରୀ ନିଜର କାୟା ବିସ୍ତାର କରିଚାଲିଛି । ଏହି ସମୟରେ କେବଳ ଚଳିତ ମେ ମାସର ୩୦ ଦିନରେ ଜିଲ୍ଲାରୁ ସର୍ବକାଳୀନ ରେକଡର଼୍ ସଂଖ୍ୟକ ୧୦, ୫୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୯ ଦିନରେ ୮,୦୯୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ କରୋନା ପାରାମିଟର ଉପର ମୁହାଁ ହେବାରେ ଲାଗିଛି ।  ଆଜି  ଓଡ଼ିଶାରୁ ଚିହ୍ନଟ ହୋଇଥିବା ୯,୫୪୧  କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ଗତ ୨୪ ତାରିଖର ୬୬୨ ରେକର୍ଡକୁ ଭାଙ୍ଗି ୬୯୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୨୭, ୫୮୭ରେ ପହଁଞ୍ଚିଛି । ସେହିପରି ମେ ୨୯ ପର୍ଯ୍ୟନ୍ତ ଜିଲ୍ଲାରୁ ୮୫.୨୧ ପ୍ରତିଶତ ହାରରେ ୨୩, ୫୦୬ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଆଜି ପୂର୍ବାହ୍ନ ସୁଦ୍ଧା ୧୪.୪୫ ପ୍ରତିଶତ ହାରରେ ୩,୯୮୬ ଜଣ ସକ୍ରିୟ ଥାଇ ହୋମ ଆଇସୋଲେସନ, କୋଭିଡ଼ କେୟାର ସେଣ୍ଟର, କୋଭିଡ଼ ହସପିଟାଲ, ବାରିପଦା ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ  ଓ କଟକ-ଭୂବନେଶ୍ୱର ଆଦିରେ ଚିକିତ୍ସା ହେଉଛନ୍ତି  ଏବଂ ମେ ୨୯ ପର୍ଯ୍ୟନ୍ତ  ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲାରୁ ମୋଟ ୯୫ ଜଣଙ୍କର ମୃତ୍ୟୁ ହୋଇଥିବାର ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି । 

 

Leave A Reply

Your email address will not be published.