ଚାଇନାରୁ ଅକ୍ସିଜେନ ସିଲିଣ୍ଡର ନେଇ ପହଞ୍ଚିଲା ସ୍ୱତନ୍ତ୍ର  ବିମାନ 

0 2

 ଭୁବନେଶ୍ୱର (ଶାସକ ପ୍ରଶାସକ) : ଚାଇନାରୁ ସିଧାସଳଖ ଅକ୍ସିଜେନ ସିଲିଣ୍ଡର ନେଇ ଏକ ସ୍ୱତନ୍ତ୍ର ବିମାନ ଆଜି ଭୁବନେଶ୍ୱରରେ ଅବତରଣ କରିଛି  | ଲୋକଙ୍କୁ ଅକ୍ସିଜେନ ସୁରକ୍ଷା ଦେବା ପାଇଁ ବା ଅକ୍ସିଜେନ ଅଭାବରୁ ଯେପରି କୌଣସି ଲୋକଙ୍କ ଜୀବନ ନଯାଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଅକ୍ସିଜେନ ସୁରକ୍ଷା କ୍ଷେତ୍ରରେ ଏକ ପଦକ୍ଷେପ ସ୍ୱରୂପ ଚାଇନାରୁ ଅଣାଯାଇଛି ଏହି ଅକ୍ସିଜେନ ସିଲିଣ୍ଡର | ଏହା କରିବାରେ ଓଡିଶା ପ୍ରଥମ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଆଗକୁ ମଧ୍ୟ ଏ ଆମଦାନୀ ପ୍ରକ୍ରିୟା ଜାରି ରହିବ ବୋଲି ଜଣାପଡିଛି | ସୂଚନାଯୋଗ୍ୟ ଯେ, ଗତ  ୨ ମାସମଧ୍ୟରେ ରାଜ୍ୟର ବିଭିନ୍ନ ଚିକିତ୍ସାଳୟରେ ଅତିରିକ୍ତ ଭାବେ   ୧୪୦୦୦ ରୁ ଅଧିକ ଅକ୍ସିଜେନ ସିଲିଣ୍ଡର ଯୋଡ଼ା ଯାଇପାରିଛି | 

 

Leave A Reply

Your email address will not be published.