ବଲାଙ୍ଗିର(ନିରୋଜ କୁମାର ମିଶ୍ର) ବଲାଙ୍ଗିର ଜିଲ୍ଲାରେ କଫ୍ ସିରପ୍ କାରବାର ବଢି ଚାଲୁଥିବା ବେଳେ ଆଜି ବଲାଙ୍ଗିର ପୋଲିସ ହାତରେ ଏକ ବଡ ସଫଳତା ଲାଗିିଛି । କଫ୍ ସିରପ୍ ଚୋରା ଚାଲାଣ ଖବର ପାଇ ତୁରେକେଲା ପୋଲିସ ଗାଡି ସମେତ ୧୪୪୦୦ ବୋତଲ ଏସ୍କଫ୍ ସିରପ୍ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ବଲାଙ୍ଗିର ପୋଲିସ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଏକ ସମ୍ବାଦିକ ସମ୍ମିଲନୀରେ ସୂଚନା ଦେଇଛନ୍ତି । ସୂଚନା ମୁତାବକ, ତୁରକେଲା ପୋଲିସ ଅଂଚଳରେ କଫ୍ ସିରପ୍ ଓ ନିଶା ବଟିକା ଚୋରା ଚାଲାଣ ଖବର ପାଇଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଏସ୍ଆଇ ଡୁଙ୍ଗଡୁଙ୍ଗ ଅନ୍ୟାନ୍ୟ ପୋଲିସ କର୍ମଚାରୀଙ୍କ ସହ ଯାଇ ତୁରେକେଲା କଲେଜ ଛକ ପାଖରେ ଏକ ଆଇଚର୍ ଗାଡି ନଂ କେଏ ୫୨ ବି ୧୧୫୫ ଉପରେ ଚଢଉ କରିଥିଲେ । ଚଢଉରେ ଗାଡି ଭିତରୁ ୯୦ କାର୍ଟୁନ ଏସ୍କଫ୍ ସିରପ୍, ୬୦ଟି କ୍ଲୋନାଫିଟ ବଟିକା, ୫ ଲିଟରର କମଳା ରଙ୍ଗପାଣି ଭର୍ତ୍ତି ଜାର ଜବତ କରିଥିଲେ । ତା ସହିତ ଗାଡି ଡ୍ରାଇଭର ଗୁରୁରାଜ ଓ ଗାଡିରେ ବସିଥିବା ଯୁବକ ନରେଶ କୁମାର ଅହିରକୁ ଗିରଫ କରିବା ସହ ସେମାନଙ୍କଠୁ ନଗଦ ୧୩ ହଜାର ୫୦୦ ଟଙ୍କା, ତିନୋଟି ମୋବାଇଲ ଫୋନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ । ଆଇଚର୍ ଗାଡି ଓ ଡ୍ରାଇଭର କର୍ଣ୍ଣାଟକର ହୋଇଥିବା ବେଳେ ଗାଡିରେ ବସିଥିବା ଯୁବକ ନରେଶ ନୁଆପଡା ଜିଲ୍ଲାର ଉଦ୍ୟାନବନ୍ଧ ଗ୍ରାମର ବୋଲି ଜଣାପଡିଛି । ଉକ୍ତ କଫ୍ ସିରପ୍ ଗୁଡିକୁ କର୍ଣ୍ଣାଟକାରୁ ଚୋରା ଚାଲାଣ କରାଯାଇ ତୁରେକେଲା ଅଂଚଳକୁ ଅଣାଯାଇ ଏଠାରେ ବିକ୍ରି କରାଯିବା ଯୋଜନା ରହିଥିଲା । ପୋଲିସ ଏହି ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ଘଟଣାରେ ଜଡିତ ସମସ୍ତ ତଥ୍ୟ ସାମାନାକୁ ଆସିବ ବୋଲି ପୋଲିସ କହିଛି । ତେବେ ପ୍ରଥମେ ଆନ୍ତରାଜ୍ୟ ଚୋରା ଚାଲାଣରେ ଜିଲ୍ଲାକୁ ଗଞ୍ଜେଇ ଆସି ଧରା ପଡିଥିଲା । ଏବେ ପୁଣି ଜିଲ୍ଲାରେ ଅନ୍ତଃରାଜ୍ୟ କଫସିରପ ର୍ୟାକେଟ୍ ମାତିଥିବା ସାମନାକୁ ଆସିଛି, ଯାହା ଜିଲ୍ଲାରେ ଖୋଲାଖୋଲି ଭାବେ ଚାଲୁଥିବା ନିଶା କାରବାରକୁ ସର୍ବସମ୍ମୁଖରେ ପକାଇଛି । ବିଭିନ୍ନ ମାମଲାରେ ପୋଲିସର ସଫଳତା ପରେ ମଧ୍ୟ କଫ୍ ସିରପ୍ ମାଫିଆ ଖସି ଯାଉଥିବା ବେଳେ ଅଂଚଳରେ ନିଶାଦ୍ରବ୍ୟ କାରବାର ଜାରି ରହୁଛି । ଏଭଲି ସ୍ଥିତିରେ ଜିଲ୍ଲା ପୋଲିସ ପ୍ରଶାସନ ମୂଖ୍ୟ ଆସାମୀମାନଙ୍କୁ ଖୋଜି ବାହାର କରିବା ସହ ଅଂଚଳରେ ନିଶା କାରବାରକୁ କଡାକଡି ଭାବେ ଦମନ କରିବାକୁ ଦାବୀ ହେଉଛି ।
Sign in
Sign in
Recover your password.
A password will be e-mailed to you.