ରବିବାର ଦିନ ଗୋନାସିକା ଜୁଆଙ୍ଗ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି

0 2

ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍

ଭୁବନେଶ୍ୱର(ଶାସକ ପ୍ରଶାସକ) : ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ଭୟଙ୍କର ରୂପ ନେଇଛିା ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସସିଏସଟିଆରଟିଆଇ ପରିସରରେ ଥିବା ଜନଜାତି ସଂଗ୍ରହାଳୟ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିଛିା ବିଭାଗ ପକ୍ଷରୁ ଭର୍ଚୁଆଲ ମୋଡ୍ରେ ପ୍ରତି ରବିବାର ଦିନ ସଂଗ୍ରହାଳୟକୁ ବୁଲିବାର ବ୍ୟବସ୍ଥା କରାଯାଇଛିା

ମଇ ୩୦ ତାରିଖ ଦିନ ଦର୍ଶକମାନେ ଫେସବୁକ ଓ ଟୁଇଟର ପେଜ୍ @stscdev, @scstrti ଖୋଲି ଜୁଆଙ୍ଗମାନଙ୍କର ଜୀବନଶୈଳୀ ଓ ସଂସ୍କୃତି ସଂପର୍କରେ ଜାଣିପାରିବେ ବୋଲି ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତିା

ଓଡ଼ିଶାର ଆଦିମ ଜନଜାତିଙ୍କ ମଧ୍ୟରେ ଜୁଆଙ୍ଗ ଅନ୍ୟତମା ମୁଖ୍ୟତଃ ସେମାନେ କେଉଁଝର ଓ ଢେଙ୍କାନାଳ ଜିଲ୍ଲାରେ ବସବାସ କରିଥା’ନ୍ତିା ସେମାନେ କୃଷି, ପୋଡ଼ୁଚାଷ, ଶିକାର ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥା’ନ୍ତିା ଅତୀତ ରେ ସେମାନେ ପତ୍ର ପରିଧାନ କରୁଥିବାରୁ ସେମାନ ଙ୍କୁ “ପାଟୁଆ’ କୁହାଯାଉଥିଲାା ଦୁଇ ପ୍ରକାରର ଜୁଆଙ୍ଗଙ୍କ ମଧ୍ୟରେ ପାହାଡ଼ି ଜୁଆଙ୍ଗମାନେ କେଉଁଝର ଓ ପାଲଲହଡ଼ାର ପାର୍ବତ୍ୟାଞ୍ଚଳରେ ରହୁଥିବାବେଳେ ଅନ୍ୟମାନେ ଢେଙ୍କାନାଳ ଓ କେଉଁଝର ଜିଲ୍ଲାର ସମତଳ ଅଞ୍ଚଳରେ ବାସ କରିଥା’ନ୍ତିା ପାର୍ବତ୍ୟାଞ୍ଚଳରେ ରହୁଥିବା ଜୁଆଙ୍ଗମାନେ ଏବେ ମଧ୍ୟ ପୋଡ଼ୁଚାଷ କରୁଥିବାବେଳେ ସମତଳିଆ ଅଞ୍ଚଳରେ ବାସ କରୁଥିବା ଜୁଆଙ୍ଗମାନେ ବିଶେଷତଃ କୃଷି ଉପରେ ନିର୍ଭରଶୀଳା

କେଉଁଝରର ଗୋନାସିକା ପର୍ବତମାଳାର ଜୁଆଙ୍ଗ “ପିଢ଼’କୁ ଏହି ଜନଜାତି ସେମାନଙ୍କର ଜନ୍ମଭୂମି ଭାବେ ଗ୍ରହଣ କରିଥା’ନ୍ତିା ଏହି ଅଞ୍ଚଳର ଜୁଆଙ୍ଗ ଥାନିଆ (ମୂଳ ଅଧିବାସୀ) ନାମରେ ନାମିତା ଯେଉଁ ଜୁଆଙ୍ଗ ଜନଜାତିମାନେ କେଉଁଝର ଓ ଢେଙ୍କାନାଳ ଜିଲ୍ଲାରେ ବାସ କରୁଛନ୍ତି ସେମାନେ “ଭାଗୁଡ଼ିଆ’ ନାମରେ ପରିଚିତା ଜୁଆଙ୍ଗ “ପିଢ଼’କୁ ୪ଟି ଭାଗ ଯଥା ସାତଖଣ୍ଡ, ଝାରଖଣ୍ଡ, କାଠୁଆ ଓ ରେବେନା ଭାବେ ବିଭକ୍ତ କରାଯାଇଥାଏା ପ୍ରତ୍ୟେକ “ପୀଢ଼’ ଜଣେ ମୁଖ୍ୟ ସର୍ଦ୍ଦାରଙ୍କ ଦ୍ୱାରା ପରିଚାଳିତ ହୋଇଥାଏା

ଜୁଆଙ୍ଗ ସମାଜର ମୁଖ୍ୟ ହେଉଛି ସେମାନଙ୍କର ପାରମ୍ପରିକ ଡରମିଟୋରୀ, ମଜାଙ୍ଗ କିମ୍ବା ମନ୍ଦାଘରା ମଜାଙ୍ଗ ସମ୍ମୁଖରେ ଯୁବକ ଓ ଯୁବତୀମାନେ ନୃତ୍ୟ, ଗୀତ ପରିବେଷଣ କରିଥା’ନ୍ତିା “ମଜାଙ୍ଗ’ ହେଉଛି ଏକ ଚତୁର୍ଭୂଜାକାର ଗୃହ, ଯାହାକି ଗ୍ରାମର କେନ୍ଦ୍ର ଭାଗରେ ରହିଥାଏା ଏହା ଯୁବକଯୁବତୀଙ୍କ ନିମନ୍ତେ କମ୍ୟୁନିଟି ହାଉସ୍, ବୟସ୍କ ଙ୍କ ନିମନ୍ତେ କୋର୍ଟହାଉସ୍ ଭାବେ କାର୍ଯ୍ୟ କରିବା ସହିତ ଏଠାରେ ସର୍ବସାଧାରଣଙ୍କ ନିମନ୍ତେ ଶସ୍ୟ ଗଚ୍ଛିତ ରଖାଯାଇଥାଏା 

 

 

 

 

Leave A Reply

Your email address will not be published.