ଜିଲ୍ଲା ଆଇନ ସେବା ପ୍ରାଧୀକରଣ ପକ୍ଷରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

0 3

ବଲାଙ୍ଗୀର/ ନିରୋଜ ମିଶ୍ର : ଗୁରୁବାର ଦିନ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ଅଜନ୍ତା ଷଢଙ୍ଗିଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଦେବାଶିଷ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିକଲ୍ପ ସମାଧାନ କେନ୍ଦ୍ର ବଲାଙ୍ଗୀରର ବାସଗୃହ ଠାରେ ଅନଲାଇନ ମାଧ୍ୟମରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସିଭିଲ ଜଜ୍ (କନିଷ୍ଠ ବିଭାଗ) ଶ୍ରୀମତୀ ସସ୍ମିତା ସେଠି କଠିନ ବର୍ଜ୍ୟବସ୍ତୁ ପରିଚାଳନାର ବିଭିନ୍ନ ମାର୍ଗ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ଏହା ପରେ ଡି. ଏସ୍. ପି ଶ୍ରୀଯୁକ୍ତ ଅମିତ କୁମାର ପଣ୍ଡା ମଧ୍ୟ କଠିନ ବର୍ଜ୍ୟବସ୍ତୁର ପୃଥିବୀ ଉପରେ ପଡୁଥିବା ପ୍ରଭାବ ଏବଂ ଏହାର ନିରାକରଣ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ପରିଶେଷରେ ପ୍ରାଧିକରଣର ସଚିବ ପ୍ରାଧିକରଣ ଦ୍ବାରା ପରିଚାଳିତ ବିଭିନ୍ନ ଆଇନ ସହାୟତା ଯୋଜନା ଯେପରିକି RCA, ଆପୋଷ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ ଲୋକ ଅଦାଲତ ଆଦି ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଏହା ସହିତ ବର୍ତ୍ତମାନ ସାରା ବିଶ୍ୱକୁ କବଳିତ କରୋନା ମହାମାରୀ ଠାରୁ ଦୂରେଇ ରହିବା ପାଇଁ ବିଭିନ୍ନ ସତର୍କତା ପନ୍ଥା ଅବଲମ୍ବନ କରିବା ପାଇଁ ପ୍ରବର୍ତ୍ତାଇବା ସହ କରୋନା ସମୟରେ ବ୍ଯବହୃତ ବିଭିନ୍ନ କଠିନ ବର୍ଜ୍ୟବସ୍ତୁ ର ପରିଚାଳନା ସମ୍ବନ୍ଧରେ ଆଲୋକପାତ କରିଥିଲେ।

Leave A Reply

Your email address will not be published.