ରକ୍ତ ପରାମର୍ଶଦାତା ଭାବରେ ମିଳନ ସମ୍ମାନିତ

0 2

ଟିଟିଲାଗଡ( ଗୌରବ ଦର୍ଜୀ )-ଜିଲ୍ଲାରେ ରକ୍ତର ଘୋର ଅଭାବ ଦେଖାଦେଇଥିବାରୁ ଅନେକ ରୋଗୀମାନେ ରକ୍ତ ନ ପାଇବାରୁ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି।କିନ୍ତୁ ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଳକର ମିଳନ କୁମାର ବାରିକ ଙ୍କୁ ଖବର ପାଇବା ପରେ ସଙ୍ଗେ ସଙ୍ଗେ ରକ୍ତ ଯୋଗାଡ଼ କରି ଅନକେ ଲୋକଙ୍କ ଜୀଵନ ବଞ୍ଚାଇଛନ୍ତି ।  ସେଥିପାଇଁ ଆଜି ଟିଟିଲାଗଡ ରକ୍ତ ଭଣ୍ଡାରର ଦାୟିତ୍ୱ ରେ ଥିବା ଗଜେନ୍ଦ୍ର ରାଉତ ମିଳନଙ୍କୁ ଆଜି ରକ୍ତ ପରାମର୍ଶଦାତା ଭାବରେ ସମ୍ମାନିତ କରିଛନ୍ତି। ତେବେ ଏଭଳି ତାଙ୍କର ସବୁବେଳେ ମାନବିକତା ଦେଖାଇ ଗରିବ ଲୋକମାନଙ୍କ  ରକ୍ତ ଦେଇ ବଞ୍ଚାଉ ଥିବା ବେଳେ ଟିଟିଲାଗଡ ବିଧାୟିକା ତଥା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ,ମନ୍ତ୍ରୀ ଙ୍କ ପ୍ରତିନିଧି ରାଜ କିଶୋର ଡାଙ୍ଗ,ସୁବାଷ ବୁଡେକ, ଆଇନଜୀବୀ ଜପେଶ୍ଵର ଯାନୀ,ସାମ୍ବାଦିକ ଅଜିତ କୁମାର ସାହୁ ପ୍ରମୁଖ ତାଙ୍କର ଏଭଳି କାର୍ଯ୍ୟକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.