ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଅପରାହ୍ନ ୧ ଟା ସମୟରେ ଟିଟିଲାଗଡ ସହର ନିକଟସ୍ଥ ଝାରଦେବନ୍ଦ ଠାରେ ଜଣେ ବାଇକ ଚାଳକ ଭାରସାମ୍ୟ ହରାଇ ଗଛ ରେ ପିଟି ହୋଇଛନ୍ତି । ଘଟଣା ସ୍ଥଳରେ ବାଇକ ଚାଳକ ଗୁରୁତର ହୋଇ ପଡ଼ିଥିବା ବେଳେ ସେହି ରାସ୍ତା ରେ ଯାଉଥିବା ଯାତ୍ରୀମାନେ ଆମ୍ବୁଲାନ୍ସ ଓ ଟିଟିଲାଗଡ ପୋଲିସ ଷ୍ଟେସନ କୁ ସୂଚନା ଦେଇଥିଲେ। ସୂଚନା ପାଇ ଟିଟିଲାଗଡ ପୋଲିସ ଷ୍ଟେସନ ର ଏ ଏସ ଆଇ ଖାମଶୀଙ୍ଗ ମାଝୀ ଙ୍କ ନେତୃତ୍ୱ ରେ ଏଏସଆଇ ଧର୍ମେନ୍ଦ୍ର ମାଝୀ, ଏଏସଆଇ ବୁଧିଶ୍ୟାମ ମାଝୀ, ଓଏପିଏଫ୍ ରାଜ କୁମାର ମାଝୀ, ଓଏପିଏଫ୍ ରାମ ସୁନ୍ଦର ମୁଦୁଲି, ଓଏପିଏଫ୍ ଭାଗିରଥି ବାଲା ପୋଲିସ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଆମ୍ବୁଲାନ୍ସ ଆସିବା ରେ ବିଳମ୍ବ ହେଉଥିବା ଦେଖି ପୋଲିସ ବାହିନୀ ନିଜ ପିସିଆର ରେ ଗୁରୁତର ଆହତ ହୋଇ ରକ୍ତ ଜୁଡୁବୁଡୁ ବ୍ୟକ୍ତି ଙ୍କୁ ଟିଟିଲାଗଡ ଡାକ୍ତରଖାନା କୁ ନେଇ ଆସିଥିଲେ। ସେଠାରେ ଡାକ୍ତର ଆହତ ବ୍ୟକ୍ତି ଙ୍କ ର ପ୍ରାଥମିକ ଚିକିତ୍ସା କରିବା ପରେ ସ୍ବାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର ହେଉଥିବା ଦେଖି ବଲାଙ୍ଗୀର ଜିଲ୍ଲା ଡାକ୍ତରଖାନା କୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆହତ ବ୍ୟକ୍ତି ଜଣକ ଚୋରମରା ଗ୍ରାମର ଦେବେନ୍ଦ୍ର ରଣା ବୋଲି ଜଣାପଡିଛି। ଦେବେନ୍ଦ୍ର କୌଣସି କାମ ପାଇଁ ଟିଟିଲାଗଡ କୁ ଆସି ଫେରୁଥିବା ସମୟ ରେ ଭାରସାମ୍ୟ ହରାଇ ଗଛ ରେ ପିଟି ହୋଇଥିବା ସୂଚନା ରହିଛି। ସୂଚନା ପାଇ ଦେବେନ୍ଦ୍ର ରଣା ଙ୍କ ପରିବାର ବର୍ଗ ଟିଟିଲାଗଡ ଡାକ୍ତରଖାନା କୁ ଆସିଥିଲେ। ଟିଟିଲାଗଡ ପୋଲିସ ର ଉପଯୁକ୍ତ ସମୟ ରେ ତତ୍ପରତା ଦେଖାଇ ନିଜ ପି ସି ଆର ରେ ଆହତଙ୍କୁ ଡାକ୍ତରଖାନା କୁ ଆଣିଥିବା ରୁ ବିଭିନ୍ନ ମହଲା ରୁ ପ୍ରଶଂସା ହେଉଥିବା ଦେଖିବାକୁ ମିଳିଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post