ଧୂମାଭଟା ଗ୍ରାମରେ ଏସଡିଜେଏମ ଓ ଜଗଦଲପୁର ପୋଲିସଙ୍କ ମିଳିତ କୋଭିଡ ସଚେତନତା।

0 2

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ମହାମାରୀ କରୋନା ର ଦ୍ଵିତୀୟ ଲହର ରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ ରେ ରଖିବାକୁ ପଦ୍ମପୁର ଉପଖଣ୍ଡ ବିଚାର ବିଭାଗୀୟ SDJM ପ୍ରଶାସନ ପକ୍ଷରୁ କୋଭିଡ ସଚେତନତା ହୋଇଯାଇଛି।ଉପଖଣ୍ଡ ର ପାଇକମାଲ ବ୍ଲକ ଜଗଦଲପୁର ଥାନା ଧୂମାଭଟା ପାହାଡ଼ ଘେରା ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ର ଲୋକେ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କ ପାଖେ ପ୍ରଶାସନ ପହଞ୍ଚି ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପଲବ୍ଧ କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।ପଦ୍ମପୁରSDJM ସୁଶ୍ରୀ ବିଡିଡି ଚନ୍ଦନା ଏବଂ ସେସନ ଜର୍ଜ ପଦ୍ମପୁର ଶ୍ରୀମତୀ ଅଭିନନ୍ଦିତା ପଣ୍ଡା ଧୂମାଭଟା ଗ୍ରାମ କୁ ଯାଇ ଗ୍ରାମବାସୀ ଙ୍କୁ କରୋନା ସଚେତନତା କରିବା ସହିତ ମାସ୍କ,ସାନିଟାଇଜର,ସାବୁନ,ବିସ୍କୁଟ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ।୨୦୦ରୁ ଉର୍ଦ୍ଧ୍ବ ଜନ ସଂଖ୍ୟା ବିଶିଷ୍ଟ ଏହି ଗ୍ରାମ ରେ ବସ ବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଗ୍ରାମବାସୀ ଙ୍କୁ ସବୁବେଳେ ମାସ୍କ ପରିଧାନ କରିବା ସାମାଜିକ ଦୂରତା ବଜାୟ ରଖିବା ସହ ହାତ କୁ ନିୟମିତ ଭାବେ ସାବୁନ ରେ ଧୋଇବା ତଥା ସାନିଟାଇଜ କରିବା ଏବଂ  ଜନ ଗହଳି ସ୍ଥାନରୁ ଦୁରେଇ ରହିବା ଆଦି କୋଭିଡ ନିୟମ ପାଳନ କରିବାକୁ SDJM ସୁଶ୍ରୀ ବିଡିଡି ଚନ୍ଦନା ସମସ୍ତଙ୍କୁ ବୁଝାଇ କହିଥିଲେ।ଗ୍ରାମରେ କାହାକୁ ଜ୍ଵର ,କାଶ,ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଆଶା ଦିଦି ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଜଣାଇବା ସହ ସ୍ୱାବ ଟେଷ୍ଟିଂ ପାଇଁ ସହଯୋଗ କରିବା ଏବଂ ନିୟମ ପ୍ରକାରେ ଚିକିତ୍ସା ନୀତିକୁ ମାନୀଚଳିବା ପାଇଁ ସେସନ ଶ୍ରୀମତୀ ପଣ୍ଡା ଗ୍ରାମବାସୀ ଙ୍କୁ ପରାମର୍ଶ ଦେଇଥିଲେ।କରୋନା କଟକଣା ମଧ୍ୟ ରେ କୌଣସି ଭୋଜିଭାତ ନ କରିବା ପାଇଁ ଜଗଦଲପୁର ଥାନା ଅଧିକାରୀ ବିରବର ଭଗତ ଗ୍ରାମବାସୀ ଙ୍କୁ ସୂଚନା ଦେଇଥିଲେ।SDJM ଙ୍କ ଏହି ଗସ୍ତ ସମୟ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଏ.ଏସ.ଆଇ ସତ୍ୟାନନ୍ଦ ଭୁଏ,ପ୍ରଦୀପ ପାଣି,ନାରାୟଣ ମିଶ୍ର,ହାବିଲଦାର ଜିତେନ୍ଦ୍ର ଦାଶ, ବ୍ୟାସଦେବ ସାହୁ ଜଗଦଲପୁର ଥାନା ର ସମସ୍ତ ପୋଲିସ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।

Leave A Reply

Your email address will not be published.