ୟାସ ବାତ୍ୟା ପାଇଁ ପ୍ରଦେଶ ଛାତ୍ର କଂଗ୍ରେସର ଟାସ୍କଫୋର୍ସ କମିଟି ଗଠିତ

0 2

 

ଭୁବନେଶ୍ୱର – ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ‘ୟାସ’ ବାତ୍ୟା ସମୟରେ ଏବଂ ତାର ପରବର୍ତି ସମୟରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ, ରିଲିଫ ବଂଟନ ଏବଂ ପ୍ରଶାସନକୁ ସହଯୋଗ କରିବା ପାଇଁ ଏକ ରାଜ୍ୟସ୍ତରୀୟ ଟାସ୍କଫୋର୍ସ କମିଟି ଗଠନ କରିଛନ୍ତି । ଏହି କମିଟିରେ ସୁନିଲ ମାଟିଆ, ସୌମ୍ୟରଞ୍ଜନ ବରାଳ, ଆଦିତ୍ୟ ପ୍ରିତମ, ନିରଞ୍ଜନ ଦାସ, ସାଗର ପଟ୍ଟନାୟକ, ଅଭିଳାଷ ଜେନା, ରଞ୍ଜିତ ସେନାପତି, ବିଶ୍ୱଭୂଷଣ ମହାପାତ୍ର, ମହମ୍ମଦ ଗୁଲଫାମ, ଅଭିଳାଷ ନନ୍ଦ, ଅହମେଦ ଖାନ, ବାବୁ ଜେନା, ଅଭିରାମ ଗୌଡ଼, ଅଖିଳେଷ ଯାଦବ, ରେହମତ ଅଲ୍ଳୀ, ଆଶୁତୋଷ ମିଶ୍ରଙ୍କୁ ସଭ୍ୟ ଭାବରେ ରଖିଥିବା ବେଳେ ବାଲେଶ୍ୱର ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଭଦ୍ରକ ଛାତ୍ର କଂଗ୍ରେସ ସଭାପତି ସୌମ୍ୟ ବାରିକ, ମୟୁରଭଞ୍ଜ ଛାତ୍ର କଂଗ୍ରେସ ସଭାପତି ଆଶିଷ କୁମାର ବାରିକ, କେନ୍ଦ୍ରାପଡ଼ା ଛାତ୍ର କଂଗ୍ରେସ ସଭାପତି ସେକ୍ ପରଭେଜ ଅକତାର, ଜଗତସିଂହପୁର ଛାତ୍ର କଂଗ୍ରେସ ସଭାପତି ସ୍ମୃତିରଞନ ଜେନା, ଯାଜପୁର ଛାତ୍ର କଂଗ୍ରେସ ସଭାପତି ଅନନ୍ତ କୁମାର ଦାସ, କଟକ ଛାତ୍ର କଂଗ୍ରେସ ସଭାପତି ଦୀପକ ମହାନ୍ତି, ପୁରୀ ଛାତ୍ର କଂଗ୍ରେସ ସଭାପତି ସତ୍ୟପ୍ରକାଶ ବରାଳ, ଖୋର୍ଦ୍ଧା ଛାତ୍ର କଂଗ୍ରେସ ସଭାପତି ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ଗଞ୍ଜାମ ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ ମଧ୍ୟ ସଭ୍ୟ ଭାବରେ ରହିଛନ୍ତି । 

 

Leave A Reply

Your email address will not be published.