ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା): ବୁଗୁଡା ଥାନାରେ ମଇ ୨୩ ତାରିଖ ଦିନ ନୂତନଭାବେ ଜଣେ ଅତିରିକ୍ତ ଆରକ୍ଷୀ ନିରୀକ୍ଷକ ଓ ଖଲ୍ଲିକୋଟ ଥାନାରୁ ବଦଳି ହୋଇ ଜଣେ ଉପ ଆରକ୍ଷୀ ନିରୀକ୍ଷକ ଯୋଗଦେଇଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ଛତ୍ରପୁର ହେଡ ଅଫିସରୁ ସର୍ମିଷ୍ଠା ପ୍ରଧାନ ନୂତନ ଭାବେ ଅତିରିକ୍ତ ଆରକ୍ଷୀ ନିରୀକ୍ଷକ ଭାବେ ବୁଗୁଡା ଥାନାରେ ଯୋଗଦେଇଛନ୍ତି। ସେହିପରି ବୁଗୁଡା ଥାନାରୁ ସବ ଇନ୍ସପେକ୍ଟର କାର୍ତ୍ତିକ ନାୟକ ଖଲ୍ଲିକୋଟ ଥାନାକୁ ବଦଳି ହୋଇଥିବା ବେଳେ ଖଲ୍ଲିକୋଟ ଥାନାରୁ ବୁଗୁଡା ଥାନାକୁ ବଦଳି ହୋଇଥିବା ସବ ଇନ୍ସପେକ୍ଟର କେ.ଏମ.ସାହୁ ଗତକାଲି ବୁଗୁଡ଼ା ଥାନାରେ ଯୋଗ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.