ଭୁବନେଶ୍ୱର ; ସାମୁଦ୍ରିକ ଝଡ଼ ୟାସ ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜ଼ୀରୋ କାଜୁଆଲିଟି ଉପରେ ଜୋର ଦେଇଛନ୍ତି । ୟାସ ଦ୍ୱାରା ପ୍ରଭାବିତ ହେବାକୁ ଥିବା ପ୍ରମୁଖ 5 ଜିଲ୍ଲା ପାଇଁ ଆଜି 5 ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବାତ୍ୟା ପ୍ରସ୍ତୁତି ଓ ବାତ୍ୟାପର ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ୫ଜଣ ବରିଷ୍ଠ ଯନ୍ତ୍ରୀଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି ରାଜ୍ୟ ସରକାର । ପୂର୍ତ୍ତ ବିଭାଗ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପାଇଁ ଇଆଇସି ଇଂ ଅନୀଲ କାନ୍ତ ତ୍ରିପାଠୀ, ଭଦ୍ରକ ପାଇଁ ମୁଖ୍ୟଯନ୍ତ୍ରୀ ଇଂ ପ୍ରଦୀପ କୁମାର ସାମଲ, ଜଗତସିଂପୁର ଜିଲ୍ଲା ପାଇଁ ମୁଖ୍ୟଯନ୍ତ୍ରୀ ଇଂ ଗୌରାଙ୍ଗ ଚରଣ ସାହୁ, କେନ୍ଦ୍ରାପଡା ଜିଲ୍ଲା ପାଇଁ ମୁଖ୍ୟଯନ୍ତ୍ରୀ ଇଂ ଜୀବନାନନ୍ଦ ନାୟକ ଓ ମୟୁରଭଞ୍ଜ ପାଇଁ ଅଧିକ୍ଷଣ ଯନ୍ତ୍ରୀ ଇଂ ବିଭୁଧେନ୍ଦ୍ର ମେହେରଙ୍କୁ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ପାଇଁ ନିଯୁକ୍ତ ହୋଇଥିବା ବରିଷ୍ଠ ସଚିବ ମାନଙ୍କୁ ସେମାନେ ତୁରନ୍ତ ସାକ୍ଷାତ କରି ଆବଶ୍ୟକ ଦାୟିତ୍ୱ ନିର୍ବାହ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.