“ୟାସ୍” ମୁକାବିଲା : ୫ ବରିଷ୍ଠ ଆଇଏଏସ ଅଫିସରଙ୍କୁ ପାଞ୍ଚ ଜିଲ୍ଲା ଦାୟିତ୍ୱ 

0 2

 ଭୁବନେଶ୍ୱର : ସାମୁଦ୍ରିକ ଝଡ “ୟାସ୍” ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ରିଲିଫ୍, ଥଇଥାନ ଏବଂ ପୁନରୁଦ୍ଧାର କାର୍ଯ୍ୟର ତଦାରଖ  ଓଡିଶା ସରକାର ପାଞ୍ଚଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ଅଧିକାରୀମାନେ ତୁରନ୍ତ ସମ୍ପୃକ୍ତ ଜିଲ୍ଲାକୁ ଗସ୍ତ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ସରକାରଙ୍କ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଜିଲ୍ଲାର ରିଲିଫ୍, ଥଇଥାନ ଏବଂ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ଦାୟିତ୍ୱ ଦିଆଯାଇଥବା ବେଳେ ଉଚ୍ଚଶିକ୍ଷା ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ରଙ୍କୁ ଜଗତ୍ସିଂହପୁର ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି  | ଖାଦ୍ୟ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିର ବିକ୍ରମ ଯାଦବଙ୍କୁ ଭଦ୍ରକ ଜିଲ୍ଲାର ଦାୟିତ୍ୱ ଦିଆଯାଇଥିବାବେଳେ କ୍ରୀଡ଼ା ଏବଂ ଯୁବ ବ୍ୟାପାର ଏବଂ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ  ସଚିବ ଶ୍ରୀ ବିଶାଲ କୁମାର ଦେବଙ୍କୁ ବାଲେଶ୍ୱର ଜିଲ୍ଲା ଦାୟିତ୍ୱ ଦିଆଯାଇଛି |  କୃଷି  ବିଭାଗର ସ୍ୱତନ୍ତ୍ର ସଚିବ ସୁରେଶ ବଶିଷ୍ଠଙ୍କୁ  ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି | 

Leave A Reply

Your email address will not be published.