ଆପନ୍ନା ପରିଚ୍ଛା ସ୍ମୃତି ସଂସଦ ପକ୍ଷରୁ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୩ ତମ ଜନ୍ମ ଜୟନ୍ତୀ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୩ ତମ ଜନ୍ମ ଜୟନ୍ତୀ ଭର୍ଚୁଆଲ୍ ମିଟିଙ୍ଗ ମାଧ୍ୟମରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଆପନ୍ନା ପରିଚ୍ଛା ସ୍ମୃତି ସଂସଦର ସମ୍ପାଦକ ମୁରଲୀଧର  ପରିଚ୍ଛା ଏହାର ପରିଚାଳନା କରିଥିବା ବେଳେ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା , ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡକ୍ଟର ବୃଷକେତୁ ଦାସ , ଅଧ୍ୟାପିକା ଡକ୍ଟର କଲ୍ୟାଣୀ ମିଶ୍ର , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ବିଘ୍ନେଶ୍ୱର ସାହୁ , ପ୍ରମୋଦ ଚନ୍ଦ୍ର ପାଢ଼ୀ , ନରସିଂହ ପଟ୍ଟନାୟକ , ତ୍ରିପତିପ୍ରସାଦ ପଣ୍ଡା , ଆଶାଲତା ପାଣିଗ୍ରାହୀ  ପ୍ରଭୃତି ଯୋଗଦାନ କରି ଆପନ୍ନା ପରିଚ୍ଛାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ। 

ରାଜନୀତିରେ ନେତା ଓ ନେତୃତ୍ୱ ସାଙ୍ଗକୁ ସେ ଉଚ୍ଚ କୋଟୀର ଜନନାୟକ , ଆଦର୍ଶ ନାଟ୍ୟକାର , ସାରସ୍ୱତ ସାଧକ ଭାବେ ନିଜର କର୍ତ୍ତବ୍ୟ ସମାପନ କରି ଓଡ଼ିଆ ଭାଷା ସାହିତ୍ୟର ସର୍ବାଙ୍ଗୀନ ଉନ୍ନତି କରିଥିଲେ। ପୁଣ୍ୟଶ୍ଲୋକ ପଦ୍ମନାଭ ଗଜପତିଙ୍କ ସହଯୋଗରେ ସେ ପଦ୍ମନାଭ ରଙ୍ଗମଞ୍ଚ ଗଠନର ପ୍ରୟାସ ଜାରି ରଖିଥିଲେ।  ତାଙ୍କର ୧୪୩ ତମ ଜନ୍ମ ତିଥିରେ ଓଡ଼ିଶାବାସୀ ତଥା ପାରଳାଖେମୁଣ୍ଡିର ଜନସାଧାରଣ ଗଭୀର ଭକ୍ତି ସୁମନ ଜଣାଉଛି।

Leave A Reply

Your email address will not be published.