କରୋନା ମୁକାବିଲା ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନକୁ ହିଣ୍ଡାଲକୋ ବଢ଼ାଇଲା ସହଯୋଗର ହାତ 

0

ଭୁବନେଶ୍ୱର: କରୋନା ମହାମାରୀ ଦ୍ୱିତୀୟ ପର୍ଯ୍ୟାୟର ଦୃଢ଼ ମୁକାବିଲା ନିମନ୍ତେ, ଜିଲ୍ଲା ପ୍ରଶାସନ ଝାରସୁଗୁଡ଼ା ସହିତ ସମନ୍ୱୟ ରକ୍ଷା କରି ଆଦିତ୍ୟ ଆଲୁମିନିୟମ ଲପଙ୍ଗା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ୧୦ଟି ଅକ୍ସିଜେନ୍ କନ୍ସେନଟ୍ରେଟର, ୨୦୦ଟି ପିପିଇ କିଟ୍ ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ଓ ୩୦୦ଟି ଏନ୍-୯୫ ମାସ୍କ ହସ୍ତାନ୍ତର କରିଛି । ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କଂପାନି ୟୁନିଟ  ମୁଖ୍ୟ ଶ୍ରୀଯୁକ୍ତ ସମୀର ନାୟକ, ଉପ ସଭାପତି ଓ ମାନବ ସମ୍ବଳ ମୁଖ୍ୟ ଡକ୍ଟର ବିବେକାନନ୍ଦ ମିଶ୍ର, କର୍ମଚାରୀ ସଂଯୋଜକ ଅଧିକାରୀ ଶ୍ରୀଯୁକ୍ତ ସତ୍ୟ ପ୍ରକାଶ ଦାସ, ମାନବ ସମ୍ବଳ ପ୍ରବନ୍ଧକ ଶ୍ରୀ ବିଜୟ କୁମୁରା, ପରିପାର୍ଶ୍ଵିକ  ଉନ୍ନୟନ ମୁଖ୍ୟ ପ୍ରବନ୍ଧିକା ଶ୍ରୀମତୀ ଶ୍ୱେତା ଉପାଧ୍ୟାୟ, ସହ ପ୍ରବନ୍ଧକ ଶ୍ରୀଯୁକ୍ତ ମନୋରଂଜନ ବେହେରା ପ୍ରମୁଖ ଯୋଗଦାନ କରିଥିଲେ । କରୋନା ମହାମାରୀ ଭଳି ଜାତୀୟ ବିପତି ସମୟରେ ଅକ୍ସିଜେନର  ଘୋର ସଙ୍କଟକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ମାଧ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏହି ସାହାଯ୍ୟକୁ ଜିଲ୍ଲାପାଳ ମହୋଦୟ ଶ୍ରୀଯୁକ୍ତ ସରୋଜ କୁମାର ସାମଲ, ଉକ୍ତ କାର୍ଯ୍ୟକୁ ଏକ ମହନୀୟ ଏବଂ ସମୟ ଉପଯୋଗୀ ପଦକ୍ଷେପ ବୋଲି ଆଦିତ୍ୟ ଆଲୁମିନିୟମକୁ ସାଧୁବାଦ ଜଣାଇଥିଲେ । ତତ୍ ସହିତ ଆଦିତ୍ୟ ଆଲୁମିନିୟମ୍ ଦ୍ୱାରା କୋଭିଡ୍ ପରିଚାଳନା ସମ୍ବନ୍ଧୀୟ କାର୍ଯ୍ୟକ୍ରମଗୁଡ଼ିକ ଦୀର୍ଘ ୧୮ ମାସ ହେବ, ଜିଲ୍ଲା ପ୍ରଶାସନ ସମ୍ବଲପୁର ଓ ବ୍ଲକ୍ ପ୍ରଶାସନ ରେଙ୍ଗାଲି ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ବିଭାଗର ସଂଯୋଜନାରେ ଅଧ୍ୟାବଧି କାର୍ଯ୍ୟ କରିଆସୁଅଛି । 

 

Leave A Reply

Your email address will not be published.