ପଦ୍ମପୁର ସବ୍ ଜେଲରେ ୮୩ ଜଣଙ୍କଠାରେ ପଜିଟିଭ ଚିହ୍ନଟ , ୫ ସିସିସିରେ ଭର୍ତ୍ତି

0

ବରଗଡ଼ ― ବରଗଡ଼ ଜିଲ୍ଲା ରେ ପ୍ରତ୍ୟେକ ଦିନ କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଲେ ଲକଡାଉନ ଆରମ୍ଭ ଦିନଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ର ସକ୍ରିୟ ଆକ୍ରାନ୍ତ ଙ୍କ ସଖ୍ଯା ତିନିହଜାର ରୁ କମିବାର ନା ଧରୁନଥିବା ରୁ ଲୋକଙ୍କ ମନରେ ଭୟ ବଢ଼ିବାରେ ଲାଗୁଛି ଏଭଲି ସମୟରେ ପଦ୍ମପୁର ସବ୍ ଜେଲ ପରିଷରରେ ଏକା ସାଙ୍ଗ ରେ କର୍ମଚାରୀ ଓ ଅନ୍ତବାସୀ ମିଶି ୮୩ ଜଣ ପୋଜଟିଭ ଚିହ୍ନଟ ଜିଲ୍ଲା ପ୍ରଶାସନ ସହ ସ୍ବାସ୍ଥ୍ୟ ବିଭାଗ ଓ ଜେଲ ବିଭାଗ କୁ ଚିନ୍ତା ରେ ପକାଇଛି । ପଦ୍ମପୁର ସରକାରୀ ଡାକ୍ତରଖାନାର ଏସ ଡି ଏମ୍ ଓ ତହସିଲ ସାହୁ ଗଣମାଧ୍ୟମ କୁ ଦେଇଥିବା ସୂଚନା ଅନୁସାରେ ପଦ୍ମପୁର ଉପଖଣ୍ଡ ର  ଉପ କାରାଗାରରେ ଷ୍ଟାଫ ଓ ବିଚାରଧିନ ଅନ୍ତୋବାସୀ ମିଶି ୧୩୨ ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା । ଏମାନଙ୍କ ମଧ୍ୟରେ ୮ଜଣ ଜେଲ ଷ୍ଟାଫ ଓ ୭୫ ଜଣ ଅନ୍ତବାସୀ ଙ୍କ ପୋଜଟିଭ ରିପୋର୍ଟ ଆସିଛି । ସେହି ୮୩  ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ ପଦ୍ମପୁର କୋଭିଡ଼ କେଆର ସେଣ୍ଟର ରେ ଭର୍ତ୍ତି କରାଯାଇଥିବା ବେଲେ ଜଣ ଙ୍କ ଅକ୍ସିଜେନ ସମସ୍ୟା ଥିବାର ଜଣାପଡ଼ିଛି । ଏକା ସାଙ୍ଗରେ ଏତେ ସଖ୍ଯା ରେ ଜେଲ ଭିତରେ ପୋଜଟିଭ ଚିହ୍ନଟ ହେବା ଘଟଣା ପଦ୍ମପୁର ସମେତ ସମଗ୍ର ଜିଲ୍ଲାରେ ଚିନ୍ତା ଜନକ ସ୍ଥିତି ସୃଷ୍ଟି କରିଛି ।ପୂର୍ବରୁ ଜେଲ ଭିତରେ ଡାକ୍ତର ଙ୍କ ଦ୍ବାରା ଚେକିଂ ଚାଲିଥିଲେ ବି ଏକା ସଗରେ କିଭଲି ୮୩ ଜଣ ଆକ୍ରାନ୍ତ ହେଲେ ତାକୁ ନେଇ ପୁଣିଥରେ ଜିଲ୍ଲା ସ୍ବାସ୍ଥ୍ୟ  ବିଭାଗର ଅବହେଳା କୁ ଚର୍ଚ୍ଚା ପରିଷରକୁ ଟାଣୁଛି । ଜିଲ୍ଲାରେ କୋଭିଡ଼ ପରିଚାଳନା ଓ କୋଭିଡ଼ ଚିକିତ୍ସା କୁ ନେଇ ଜିଲ୍ଲା ବ୍ଯପୀ ବିଭିନ୍ନ ସଗଠନ , ବିଭିନ୍ନ ଅନୁଷ୍ଠାନ ଓ ବିଭିନ୍ନ ସଂଘ ଅସନ୍ତୋଷ ଦେଖାଇ ଜିଲ୍ଲାପାଳ ଙ୍କ ଠାରେ ଥରେ କି ଦୁଇଥର ନୁହେ ବାରମ୍ବାର ଅଭିଯୋଗ କରାଯାଇଥିଲେ ବି ସ୍ବାସ୍ଥ୍ୟ ବିଭାଗ ରେ କୌଣସି ସୁଧାର ହୋଇପାରିନାହି ଏବେ ପୁଣି ପଦ୍ମପୁର ସବଜେଲରେ ୮୩ ଜଣ ଏକାସାଙ୍ଗରେ ପୋଜଟିଭ ଚିହ୍ନଟ ହେବା ସ୍ବାସ୍ଥ୍ୟ ବିଭାଗ ଓ ଜେଲ ପ୍ରଶାସନ ପ୍ରତି ଆଙ୍ଗୁଳି  ନିର୍ଦ୍ଦେଶ ନୁହେଁ ତ ବୋଲି ମଧ୍ୟ ଜିଲ୍ଲା ବ୍ଯପୀ ଆଲୋଚନା ହେଉଛି ।

Leave A Reply

Your email address will not be published.