ସ୍ୱର୍ଗତ ରାଜୀବ ଗାନ୍ଧୀ ଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ l

0

   ପଦ୍ମପୁର- ଭାରତ ବର୍ଷର ମହାନନେତା ସ୍ୱର୍ଗତ ରାଜୀବ ଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ଅବସରରେ ପଦ୍ମପୁର ସ୍ଥିତ ଜନଗହଳି ପୂର୍ଣ୍ଣ ଭେଉଁରିଆ ଛକ ଠାରେ ଟାଉନ କଂଗ୍ରେସ,ବ୍ଳକ କଂଗ୍ରେସ ର ମିଳିତ ଉଦ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି lସଂପ୍ରତି ମହାମାରୀ କରୋନା ରୁ ମୁକ୍ତି ପାଇବା ସକାଶେ ଦଳ ର ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଶ୍ରୀଯୁକ୍ତ ଗୈାତିଆ କୁମାର ସାହୁ ଲୋକଙ୍କୁ କୋଭିଡ ର ଗାଇଡ ଲାଇନ କୁ ମାନି ଚଳିବାକୁ ନିବେଦନ କରିଥିଲେ lଏପରିପେକ୍ଷୀ ରେ ସାମାଜିକ ଦୂରତା ଏବଂ ମାକ୍ସପରିଧାନ ସମ୍ପର୍କରେ ଏବଂ ବାରମ୍ବାର ହାତ କୁ ସାବୁନ ରେ ଧୋଇବାକୁ ଜନସାଧାରଣ ଙ୍କୁ ଆଇନଜୀବୀ ଶ୍ରୀଯୁକ୍ତ ରାଧା ବଲ୍ଲଭ ପାଣିଗ୍ରାହୀ ବୁଝାଇଥିଲେ lଏ ଶ୍ରାଦ୍ଧବାର୍ଷିକୀ ଦିବସ କୁ ମନେ ରଖିବା ପାଇଁ କଂଗ୍ରେସ ଦଳ ପଦ୍ମପୁର ପକ୍ଷରୁ ବାଟୋଇ ମାନଙ୍କୁ ମାକ୍ସ ବଣ୍ଟନ,ସେନିଟ୍ରାଇଜର ବଣ୍ଟନ କରାଯାଇଥିଲା lଅନ୍ୟମାନଙ୍କ ମଧ୍ୟରେ ଟାଉନ  କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ଦାନୀ,ବ୍ଳକ କଂଗ୍ରେସ ସଭାପତି ଚମ୍ପକେଶ୍ୱର ପୁରୋହିତ, ସତ୍ୟନାରାୟଣ ତ୍ରିପାଠୀ,ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ଶତପଥୀ, ଆନନ୍ଦ ପାତ୍ର,ଜୟନ୍ତ ସୁନାନୀ ପ୍ରମୁଖ ଶ୍ରାଦ୍ଧ ଦିବସ ରେ ସୃତିଚାରଣ କରିଥିଲେ l

           ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ କଂଗ୍ରେସ ଦଳ ର ମଙ୍ଗୁଆଳ ଶ୍ରୀମାନ ବିନୋଦ ବିହାରୀ ବିଶ୍ବାଳ ଙ୍କ ତତ୍ବାବଧାନରେ ସ୍ୱର୍ଗତ ରାଜୀବ ଗାନ୍ଧୀ ଙ୍କ ପବିତ୍ର ଶ୍ରାଦ୍ଧ ବାର୍ଷିକୀ ଦିବସ ଅବସରରେ ପାଇକମାଳ ସ୍ଥିତ ଡେଲି ମାର୍କେଟ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଞ୍ଚଳ ତଥା ବିଭିନ୍ନ ଛକ ରେ ମହାମାରୀ କୋଭିଡ କୁ ଦୃଷ୍ଟିରେ ରଖି ଜନସାଧାରଣ ଙ୍କୁ ସଚେତନ କରିବା ସହିତ ମାକ୍ସ ବଣ୍ଟନ, ସେନିଟ୍ରାଇଜର ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା l ଏପରିପ୍ରେକ୍ଷୀ ରେ ପୂର୍ବତନ ପାଇକମାଳ ବ୍ଳକ ଅଧ୍ୟକ୍ଷ ବିନୋଦ କାଲିଆ, ଅଶ୍ୱିନୀ ପଟେଲ, ବୈବସ୍ଵତ ପ୍ରଧାନ, ପ୍ରାଣବନ୍ଧୁ ଦାଶ, ବିଜୟାନନ୍ଦ ପଟ୍ଟନାୟକ, ମହେନ୍ଦ୍ର ଖୁଣ୍ଟିଆ,ଚନ୍ଦୁଲାଲ ପ୍ରଧାନ, ସୁରେନ୍ଦ୍ର ସାହୁ,ରାଜାରାମ ସାହୁ ପ୍ରମୁଖ ଲୋକଙ୍କୁ ସାମାଜିକ ଦୂରତା ଛିଡ଼ା ହେବାକୁ ପରାମର୍ଶ,ମାକ୍ସ ସଦାସର୍ବଦା ବ୍ୟବହାର, ବାରମ୍ବାର ହାତ କୁ ସାବୁନ ଧୋଇବାକୁ ଲୋକଙ୍କୁ ଅପିଲ କରିବା ସଙ୍ଗେ ସଙ୍ଗେ ବିନା କାମ ରେ ଅଜଥା ଟାରେ ବୁଲାବୁଲି ନ କରିବାକୁ ଜନସାଧାରଣ ଙ୍କୁ ବିନମ୍ର ସହକାରେ ବୁଝାଉଥିବା ଦେଖିବାକୁ ମିଳିଥିଲା l

Leave A Reply

Your email address will not be published.