କଳାହାଣ୍ଡି /ତୁଳମଣି ନାଗ: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା, ଧର୍ମଗଡ଼ ଓ କେସିଙ୍ଗା ଲାଟରେ ଥିବା ଦେଶି ମହୁଲି ମଦ ଭାଟିର ଚେକର ବାବୁ ସ୍ବର୍ଗତ ନେପାଳୀ ପ୍ରସାଦ ଗୁପ୍ତାଙ୍କ ଭବାନୀପାଟଣା ଗାନ୍ଧୀ ଛକ ଦଳିତ ମଞ୍ଚ ଠାରେ ଆଜି ସକାଳ ୯:00 ଘଣ୍ଟା ସମୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଗ୍ରାମ ପୋଖରାହା, ଜିଲ୍ଲା -ଔରାଙ୍ଗାବାଦରେ ୧୪/୧୧/୧୯୫୩ ମସିହାରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ନେପାଳୀ ଜି ୧୯୭୧ ମସିହାରେ କଳାହାଣ୍ଡି ଜିଲ୍ଲାକୁ ନିଜର କର୍ମଭୂମି ଭାବରେ ଗ୍ରହଣ କରି ପ୍ରଥମେ ଭବାନୀପାଟଣା ସହରର ଧୋବା ପଡ଼ା ଦେଶି ମହୁଲି ମଦ ଭାଟିରେ ପୋଷ୍ଟିଙ୍ଗ ହୋଇଥିଲେ l ସେ ଦୀର୍ଘ ୫୦ ବର୍ଷ କାଳ କଳାହାଣ୍ଡିରେ ରହି ସମସ୍ତଙ୍କ ପ୍ରିୟ ହୋଇଥିଲେ l କଳାହାଣ୍ଡିର ଜଣେ ସମାଜସେବୀ ତଥା ସାଧାରଣ ଜନତାଙ୍କ ଦାତ୍ତା କହିଲେ ଭୁଲ ହେବ ନାହିଁ l ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଉତ୍କଳ ଯାଦବ ମହାସଭାର ଉପସଭାପତି ଶ୍ରୀଯୁକ୍ତ ସକିତ ରତେ, ରାଜ୍ୟ ପରିଷଦ ସଦସ୍ୟ ତଥା ଭବାନୀପାଟଣା ସଦର ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ମହାଖୁଡ଼ ବିଶେଷ ଅତିଥି, ସମ୍ମାନିତ ଅତିଥି ଭାବରେ ଶ୍ରୀ ପ୍ରକାଶ ନାଏକ ଆଇନଜୀବୀ, ମୁଖ୍ୟବକ୍ତା ଭାବରେ ହୃଷିକେଶ ଜନତା ମଞ୍ଚ ଅଦକ୍ଷ ଶ୍ରୀ ହୃଷିକେଶ ଗାନ୍ଧୀ ଯୋଗ ଦେଇଥିଲେ l ଶ୍ରୀ ମହାଖୁଡ଼ ଓ ସକିତ ରତେ ନେପାଳୀ ଜି ଙ୍କ ବିଷୟରେ ସେ ଜଣେ ଦୟାଳୁ, ଦାନୀ, ସରଳ ସ୍ଵଭାଵର ବ୍ୟକ୍ତିତ୍ୱ ଥିଲେ ଏବଂ ଗ୍ରାମୀଣ କୁହ କି ସହର କୁହ ଯେକୌଣସି ବ୍ୟକ୍ତି ନିଜର ସମସ୍ୟା, ଯାନିଯାତ୍ର, ପର୍ବ ପର୍ବାଣି, ଶୁଦ୍ଧିକ୍ରିୟା, ଦଶା କ୍ରିୟା, ମେଡିକାଲ କାମ ପାଇଁ ତାଙ୍କ ପାଖକୁ ଗଲେ କେବେ ଖାଲି ହାତରେ ଆସୁ ନଥିଲେ ତାଙ୍କ ଦ୍ୱାରା ଯେତେ ସମ୍ଭବ ସାହାଯ୍ୟ କରୁଥିଲେ ତାସହିତ କଳାହାଣ୍ଡି ରେ ତାଙ୍କର ବହୁତ ପରିଚିତ ଥିଲା ଆଜି କଳାହାଣ୍ଡି ବାସୀ ତାଙ୍କର ବିୟୋଗରେ ବହୁତ ଦୁଃଖ ପ୍ରକାଶ କରି ଝୁରୁଛନ୍ତି ବୋଲି ପ୍ରକାଶ କରିଥିଲେ l ଏହି ସଭାରେ ନାଦରାଜ ନାଏକ, ଭୀମ ନାଏକ, ସାହାଦତ ଅଲ୍ଲୀ ଖାଁ (ମୁନ୍ନା ), ମୁକ୍ତାର ଅଲ୍ଲୀ (କାଳିଆ ), ଦେବେନ୍ଦ୍ର ପଟେଲ, ପ୍ରମୋଦ ନାଏକ, ବେଣୁଧର ନାଗ, ଗୌରୀ ଶଙ୍କର ନାଗ, ରଘୁ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l ପରିଶେଷରେ ଏହି ସଭା ପରିଚାଳକ ଶ୍ରୀ ମୁଜ଼ାଫର ଅଲ୍ଲୀ ଖାଁ (ରିଙ୍କୁ)ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.