କୋଭିଡ୍ ଟୀକାକରଣ  ସମ୍ବନ୍ଧୀୟ  ସୂଚନା ପ୍ରଦାନ କଲେ ଜିଲ୍ଲା ପ୍ରଶାସନ

0

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ , ପାରଳାଖେମୁଣ୍ଡି , ପଞ୍ଚାୟତ ସମିତି ଏବଂ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସମୂହରେ ନିମ୍ନଲିଖିତ ଯୋଗ୍ୟ ବ୍ୟକ୍ତିଙ୍କୁ କୋଭିସିଲ୍ଡ ଟୀକା କରଣ କରାଯାଇଛି। 

:- ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭିଡ୍ ଟୀକା ଦେବାର ବ୍ୟବସ୍ଥା ଅଛି । 

:- ପ୍ରଥମ ଡୋଜ୍ ଦେବାର ୮୪ ଦିନ ପରେ ଟୀକାକରଣ ଦ୍ୱିତୀୟ ଡୋଜ୍ ଦେବାର ବ୍ୟବସ୍ଥା ଅଛି । 

:- ସରକାରଙ୍କ ନିଷ୍ପତ୍ତି ପ୍ରକାରେ ବିଭିନ୍ନ ବିଭାଗର କୋଭିଡ୍ ଯୋଦ୍ଧା ମାନଙ୍କ ପାଇଁ ଟୀକାକରଣର ବ୍ୟବସ୍ଥା ଥିବା ସମ୍ପର୍କରେ ସୂଚନା ଦିଆଯାଇଛି ।

  ନିମ୍ନ ଲିଖିତ ପରାମର୍ଶ ଗ୍ରହଣ କରିବା ପାଇଁ ଅନୁରୋଧ  

:- କୋଭିଡ୍ ରୋଗୀ ସୁସ୍ଥ ହେବାର ୩ ମାସ ପରେ ଟୀକା ଗ୍ରହଣ କରିପାରିବେ । 

:- ପ୍ଲାଜମା ଗ୍ରହଣ କରି ସୁସ୍ଥ ହୋଇଥିବା କୋଭିଡ୍ ରୋଗୀ ୩ ମାସ ପରେ ଟୀକା ଗ୍ରହଣ କରି ପାରିବେ । 

:- କୌଣସି ଗୁରୁତର ରୋଗୀ ଆଇ.ସି.ୟୁରେ ରହି ଚିକିତ୍ସା ହୋଇଥିଲେ ୪ ରୁ ୮ ସପ୍ତାହ ପରେ କୋଭିଡ୍ ଟୀକା ଗ୍ରହଣ କରିପାରିବେ । 

:- କୋଭିଡ୍ ଟୀକା ଗ୍ରହଣର ୧୪ ଦିନ ପରେ ରକ୍ତଦାନ କରି ପାରିବେ । 

:- କୋଭିଡ୍ ଟୀକାକରଣ ପୂର୍ବରୁ କୋଭିଡ୍ ପରୀକ୍ଷା କରିବା ଜରୁରୀ ନୁହେଁ । 

:- ସରକାରଙ୍କର ପରିବର୍ତ୍ତିତ ନିୟମାନୁଯାୟୀ ସନ୍ତାନକୁ ଦୁଗ୍ଧପାନ କରାଉଥିବା ପ୍ରସୂତି ମାଆ ମାନେ ମଧ୍ୟ ଟୀକା ଗ୍ରହଣ କରିପାରିବେ । 

୧୮  ରୁ ୪୪ ବର୍ଷର ବ୍ୟକ୍ତି ମାନଙ୍କ ପାଇଁ ଟୀକା କରଣ ଗଜପତି ଜିଲ୍ଲାରେ ଆରମ୍ଭ ହୋଇନାହିଁ , ଏହି ଦିଗରେ ତଥ୍ୟ ଆଗାମୀ ଦିନରେ ଜଣାଇ ଦିଆଯିବ । 

ବର୍ତ୍ତମାନ ଜିଲ୍ଲାରେ ୨୭ ଗୋଟି କେନ୍ଦ୍ରରୁ ଟୀକା କରଣ କରିବାର ବ୍ୟବସ୍ଥା ଥିଲେ ସୁଦ୍ଧା ଆଜିର ଦିନରେ(ଗୁରୁବାର ଦିନ) ୧୧ ଗୋଟି କେନ୍ଦ୍ରରେ ଟୀକା ଦିଆଚାଲିଛି । 

ଜିଲ୍ଲାରେ ଗୁରୁବାର ଦିନ ସୁଦ୍ଧା ୬୩.୩୬୭ ଜଣ ଟୀକାକରଣ ପ୍ରଥମ ଡୋଜ୍ ଗ୍ରହଣ କରିଥିବା ବେଳେ ୨୦.୬୪୬ ଜଣ ଟୀକା କରଣର ଦ୍ଵିତୀୟ ଡୋଜ୍ ଗ୍ରହଣ କରି ସାରିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.