ଜିଲ୍ଲା ଯୁବ ଜନତା ଦଳର ଭର୍ଚୁଆଲ ବୈଠକ: ଯୋଗଦାନ କରି ଉତ୍ସାହିତ କଲେ ତିନି ବିଧାୟକ

0

ବରଗଡ :- ବିଜୁ ଯୁବ ଜନତା ଦଳ, ବରଗଡ଼ ସାଙ୍ଗଠନିକ ଜିଲ୍ଲା ତରଫରୁ ଭର୍ଚୁଆଲ ମାଧ୍ୟମରେ କୋଭିଡ-୧୯ ପରିଚାଳନା ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସାମାଜିକ ପ୍ରତିବଦ୍ଧତାକୁ ପ୍ରାଥମିକତା ଦେଇ ମହାମାରୀ ସମୟରେ ଅସହାୟଙ୍କ ସେବା ସର୍ବଦା ଜାରି ରଖିଛି ବିଜୁ ଯୁବ ଜନତା ଦଳ ବରଗଡ଼ । ଏହି ଭର୍ଚୁଆଲ ସମୀକ୍ଷା ବୈଠକର ପରିଚାଳକ ଜିଲ୍ଲା ଯୁବ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ, ରାଜ୍ୟ ସୋସିଆଲ ମିଡିଆ ଇନଚାର୍ଜ ଶ୍ରୀ ସୁବ୍ରତ ଛାଟୋଇ, ରାଜ୍ୟ ଆଇଟି କୋଡ଼ିନେଟର ଶ୍ରୀ ତାରିଣୀ ପ୍ରସାଦ ନାୟକ, ରାଜ୍ୟ କାର୍ଯକାରୀ ସଭାପତି ଶ୍ରୀ ଶୁଭେନ୍ଦୁ ମଙ୍ଗରାଜ, ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ଅଞ୍ଜନ ବେଜ୍ ଓ ଜିଲ୍ଲା IT କୋଡ଼ିନେଟର /ଡିଜିଟାଲ ସମ୍ପାଦକ ଶ୍ରୀ ସୁରେଶ ବାଗ ଯୋଗ ଦେଇଥିଲେ। ବିଶେଷ ଅତିଥି ଭାବେ ଜିଲ୍ଲାର ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ,ବିଧାୟିକା ଶ୍ରୀମତି ସ୍ନେହାଙ୍ଗିନୀ ଛୁରିଆ ଓ ବିଧାୟିକା ଶ୍ରୀମତି ରୀତା ସାହୁ ବୈଠକରେ ଯୋଗ ଦେଇ ଯୁବବର୍ଗକୁ ଅନେକ ଦିଗ ଦର୍ଶନ ଦେଇଥିବାରୁ ତାଙ୍କୁ ଜିଲ୍ଲା ବିଜୁ ଯୁବ ଜନତା ଦଳ ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍। ତା ସହିତ ଜିଲ୍ଲା/ବ୍ଲକ୍ /ଟାଉନ/ପଂଚାୟତର ସମସ୍ତ ଉପସଭାପତି,ସଭାପତି,ସାଧାରଣ ସମ୍ପାଦକ,ସମ୍ପାଦକ, ଆଈଟି କୋଡ଼ିନେଟର ଓ ସକ୍ରିୟ ଯୁବ କର୍ମକର୍ତ୍ତା ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ଦେଇଥିବାରୁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ୍ ଜଣାଇଛନ୍ତି ଜିଲ୍ଲା IT କୋଅଡିନେଟର ଶ୍ରୀ ସୁରେଶ ବାଗ ।

Leave A Reply

Your email address will not be published.