ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇଂକ ବଦାନ୍ୟତା

0

ପଦ୍ମପୁର : ସାରା ରାଜ୍ୟରେ କରୋନା ମହାମାରୀ କବଳରେ ଜନସାଧାରଣ ଅତିଷ୍ଠ ହୋଇଛନ୍ତି। ଗରିବ, ଖଟିଖିଆ ,ଅସହାୟ ବ୍ୟକ୍ତିମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ସଂକଟ ସମୟରେ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ ନିଜର ମ‍ାନବିକତାର ପରିଚୟ ଦେଇଛନ୍ତି। ନିଜର ଭିଟାମାଟିକୁ ଭୁଲିନଯାଇ ଅସହାୟ ଗରିବ ଲୋକମାନଂକୁ ସହଯୋଗର ହାତ ବଢେଇଛନ୍ତି । ନିଜସ୍ବ ଉଦ୍ୟମରେ ସ୍ଥାନୀୟ ଯୁବଗୋଷ୍ଠି ସହଯୋଗରେ ଚର୍ଦାପାଲି ଗ୍ରାମ ପଂଚାୟତର ଚର୍ଦାପାଲି, ଚଂଗରିଆ, ଗୁଣ୍ତିଚାଡିହି, ଲହଣ୍ତିପୁର, ଲୁହୁରାକୋଟ ଗ୍ରାମରେ ବସବାସ କରୁଥିବା ଗରିବ,ଅସହାୟ ବୃଦ୍ଧ ବୃଦ୍ଧାମାନଂକୁ ଶୁଖିଲା ଖାଦ୍ୟ ଭାବରେ ଚାଉଲ,ଚୂଡା, ଅଟା, ଚିନି, ବିସ୍କୁଟ, ଲୁଣ, ଚାହା ବଣ୍ଟନ କରିଥିଲେ। ଗରିବ ଲୋକମାନେ ଶୁଖିଲା ଖାଦ୍ୟ ପାଇ ଅତି ଆନନ୍ଦ ପ୍ରକାଶ କରିଥିଲେ ।ସଞ୍ଜୟ ବଢେଇ,ନିରଞ୍ଜନ ସେଠ,ଧିରେନ ବିଶ୍ବାଳ,ଦିପ୍ତୀକାନ୍ତ ମୁଖୀ, ମୁକେଶ ବେରିଆ, ଆନନ୍ଦ ପ୍ରଧାନ, ସୁମନ୍ତ ପ୍ରଧାନ, ଅରକ୍ଷିତ ପ୍ରଧାନ, ସୁନୀଳ ପ୍ରଧାନ ଉକ୍ତ ସେବାମୂଳକ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

Leave A Reply

Your email address will not be published.