ଝାରବନ୍ଧ-ମନୋହର ଦାଶ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧର ନୂତନ ବି.ଡି.ଓ ସୁଶ୍ରୀ ଦମୟନ୍ତି ସାହୁ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। କଟକ ସହରର ମୂଳ ନିବାସୀ ଝାରବନ୍ଧ ବ୍ଲକରେ ପ୍ରଥମ ପୋଷ୍ଟିଂ ହୋଇ ପ୍ରଥମ ମହିଳା ବିଡିଓ ଭାବେ ଯୋଗଦାନ କରିଛନ୍ତି।ଏହା ପୂର୍ବରୁ ସେ କେନ୍ଦ୍ରାପଡା T.R.Oରୂପେ କାର୍ଯ୍ୟ କରୁଥିଲେ। ରେଭେନ୍ସା ମହାବିଦ୍ୟାଳୟରୁ ଅର୍ଥନୀତିରେ ଏମଏ କରିବା ପରେ ସେ ୨୦୧୮ ରେ ଓଏଏସ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିଲେ। ସୁଶ୍ରୀ ସାହୁ ଙ୍କୁ ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ।ସରକାର ଙ୍କ ନିୟମାବଳୀ ମାଧ୍ୟମରେ ସମସ୍ତ କାର୍ଯ୍ୟ କରିବା ସହିତ ଜନପ୍ରତିନିଧି ଓ ଗଣ ମାଧ୍ୟମର ସାହାଯ୍ୟ ନିହାତି ଆବଶ୍ୟକ ତଥା ପୂର୍ବରୁ ବ୍ଲକ କାର୍ଯ୍ୟାଳୟ ଯେଉଁ ଭଳି ଚାଲିଥିଲା ସେହି ଭଳି ଚାଲିବ ସମସ୍ତ କାର୍ଯ୍ୟରେ କାର୍ଯ୍ୟରତ କର୍ମଚାରୀଙ୍କ ସହଯୋଗ କାମନା ନିତାନ୍ତ ଆବଶ୍ୟକ ବୋଲି ସୁଶ୍ରୀ ସାହୁ ସୂଚନା ଦେଇଛନ୍ତି। ଝାରବନ୍ଧ ଭଳି ଏକ ଅବହେଳିତ ଉପାନ୍ତ ଅଞ୍ଚଳକୁ କିଭଳି ଲୋକଙ୍କ ପାଇଁ କାର୍ଯ୍ୟ କରିବେ ତାହାକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.