ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଓଡ଼ିଶା ମାନବାଧିକାର ଆୟୋଗକୁ ଜନସାଧାରଣଙ୍କ ପ୍ରବେଶ ନିଷେଧ

0

Custodial Torture: Odisha Human Rights Body Asks Rourkela SP To Submit  Probe Report – Odisha Bytes

ଭୁବନେଶ୍ୱର :  କୋଭିଡ-୧୯ର ଦ୍ରୁତ ସଂକ୍ରମଣ ପରିପ୍ରେକ୍ଷୀରେ ତୋଷାଳି ଭବନଠାରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବାଧିକାର ଆୟୋଗ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତା.୨୯.୦୪.୨୦୨୧ର ନିର୍ଦ୍ଦେଶନାମା ୧୨୬୫୬ ଅନୁଯାୟୀ ଏବଂ କମିଶନର ଏପ୍ରିଲ ୩୦ ତାରିଖର ନୋଟିସର  ଧାରାବାହିକତା କ୍ରମରେ ଆସନ୍ତା ତା.୩୧.୦୫.୨୦୨୧ରିଖ ପର୍ଯ୍ୟନ୍ତ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟ ଚାଲିବ । ଅଭିଯୋଗକାରୀଙ୍କ ପଞ୍ଜିକରଣ ଏବଂ ଯାଞ୍ଚ କାର୍ଯ୍ୟ ନିୟମିତ ଭାବେ ଚାଲୁରହିବ ।  ଆୟୋଗ କାର୍ଯ୍ୟ ବନ୍ଦ ରହିଲେ ମଧ୍ୟ ସମସ୍ତ କର୍ମଚାରୀ କତ୍ତୃର୍ପକ୍ଷଙ୍କ ବିନା ଅନୁମତିରେ ସଦର ମହକୁମା ଛାଡିବେ ନାହିଁ ଏବଂ ଯେକୌଣସି ସମୟରେ ଆବଶ୍ୟକ ପଡିଲେ ନିଜର କାମ କରିବେ । ଏହି ସମୟରେ ଅତିଜରୁରୀ କେଶଗୁଡ଼ିକର ଶୁଣାଣି କରାଯିବ । କାର୍ଯ୍ୟାଳୟ ଇମେଲ [email protected] ମାଧ୍ୟମରେ ଅଭିଯୋଗ ପିଟିସନ୍ ଦାଖଲ କରାଯାଇପାରିବ । ଜରୁରୀ ଶୁଣାଣି ପାଇଁ କାର୍ଯ୍ୟାଳୟ ସହକାରୀ ରେଜିଷ୍ଟାରଙ୍କୁ ୮୭୬୩୬୪୨୦୮୦ ମୋବାଇଲ ନମ୍ବରରେ ସମ୍ପର୍କ କରାଯାଇପାରିବ । ଅତ୍ୟନ୍ତ ଜରୁରୀ କାର୍ଯ୍ୟ ପାଇଁ ସମ୍ପୃକ୍ତ ପକ୍ଷ ନିଜର ମୋବାଇଲ ନମ୍ବର ଏବଂ ଇ-ମେଲ ଆଇଡି ଦେଇ ଓଡ଼ିଶା ମାନବାଧିକାର ଆୟୋଗ ଅଧ୍ୟକ୍ଷଙ୍କ ଅନୁମତିକ୍ରମେ ଭର୍ଚୁଆଲ ମାଧ୍ୟମରେ ନିଜର ଅଭିଯୋଗକରିପାରିବେ । 

 

Leave A Reply

Your email address will not be published.