ନିଜସ୍ୱ ଉଦ୍ୟମରେ ଦୁଇଗୋଟି ଆମ୍ବୁଲାନ୍ସ ପ୍ରଦାନ କଲେ ବିଧାୟିକା ରିତା ସାହୁ ଓ ମନ୍ତ୍ରୀ ସୁଶାନ୍ତ ସିଂ

0

ବରଗଡ଼ :- ଦିନକୁ ଦିନ ଲଗାମଛଡା ହେବାରେ ଲାଗିଛି କୋରୋନା ମହାମାରୀ । ଏହିଭଳି ପରିସ୍ଥିତି ରେ ସାଧାରଣତଃ ଗ୍ରାମାଞ୍ଚଳରୁ ଡାକ୍ତରଖାନାକୁ ପହଂଚିବା ପାଇଁ ସାଧାରଣ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଅନେକ ଅର୍ଥ ବ୍ୟୟ କରିବାକୁ ପଡୁଛି । ଯାହାଫଳରେ ରୋଗୀ ପଇସା ଖର୍ଚ୍ଚ କରି ବି ଠିକ ସମୟରେ ଡାକ୍ତରଖାନାକୁ ପହଂଛି ପାରୁନାହିଁ । ଆଜି ରାଜ୍ୟ ସରକାରଙ୍କର ଶ୍ରମ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ତଥା ବିଜେପୁର ବିଧାୟିକା ଶ୍ରୀମତୀ ରିତା ସାହୁ ବିଜେପୁର ଓ ବରପାଲି ଅଞ୍ଚଳ ବାସୀଙ୍କ ପାଇଁ  ଶ୍ରୀମତି ରୀତା ନିଜସ୍ବ ଉଦ୍ୟମରେ ଦୁଇ ଗୋଟି ଆମ୍ବୁଲାନ୍ସ ସେବା ମହାମାରୀ କରୋନା ପୀଡିତଙ୍କ ନିମନ୍ତେ ଲୋକାର୍ପଣ କରିଛନ୍ତି। ଏହି ଶୁଭ ମୁହୂର୍ତ୍ତରେ ଦୁଇ ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପ୍ରାଶାସନିକ ଅଧିକାରୀ, ଦଳୀୟ ଜିଲ୍ଲା ପଦାଧିକାରୀ, ବରିଷ୍ଠ ନେତା, ଯୁବନେତା ଏବଂ ଅଂଚଳର ବହୁ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି କରୋନାକୁ ପ୍ରତିହତ କରିବା ପାଇଁ ଏହି ସେବା ଜନସାଧାରଣଙ୍କ ହିତରେ କାର୍ଯ୍ୟ କରିବାକୁ ଥିବାରୁ ଅଞ୍ଚଳବାସୀ ଉପକୃତ ହେବେ ବୋଲି ସାଧାରଣରେ ପ୍ରଶଂସା କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମନ୍ତ୍ରୀ କୋରୋନା ସଂକ୍ରମିତ ଙ୍କର ପାଇଁ ସ୍ୱତନ୍ତ୍ର ଭାବରେ  ସମ୍ପୂର୍ଣ୍ଣ ନିଜସ୍ୱ ଉଦ୍ୟମରେ ତିନିଗୋଟି ଆମ୍ବୁଲାନ୍ସ ସେବା ଓ ଅକ୍ସୀଜେନ ସେବା ବିଗତ ଦିନରୁ ଆରମ୍ଭ କରାଇ ସାରିଛନ୍ତି । ଏହା ସହିତ ମାନ୍ୟବର ମନ୍ତ୍ରୀ ନିଜର ପ୍ରତକ୍ଷ ତତ୍ୱବାଧାନରେ ଅନେକ ଗ୍ରାମ ସାନିଟାଇଜ କରେଇବା ସହିତ , ମହାମାରୀରେ ପୀଡିତ ଥିବା ପରିବାରକୁ ଖାଦ୍ୟ ସାମଗ୍ରୀ ଯୋଗାଇଦେବା , ମୃତକ ମାନଙ୍କର ଶବ ସଂସ୍କାର କରିବା ଇତ୍ୟାଦି ଅନେକ କାମ ଲଗାତାର ଭାବରେ କରି ଆସୁଛନ୍ତି ।

Leave A Reply

Your email address will not be published.